କଟକ-ମହାନଦୀବିହାର: ପଶ୍ଚିମବଙ୍ଗରୁ ଆସି କଟକ ଶିଖରପୁରସ୍ଥିତ ହୋଟେଲ ଯସ୍ମିନରେ ରହିଥିବା ୩୨ ଜଣ ସନ୍ଦିଗ୍ଧଙ୍କୁ ପୁଲିସ ଗିରଫ କରିଛି। ଏହି ଘଟଣା କଟକ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଆଜି ସକାଳେ ହୋଟେଲ ମାଲିକଙ୍କଠାରୁ ସୂଚନା ପାଇ ଚାଉଳିଆଗଞ୍ଜ ପୁଲିସ ଏହି ୩୨ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ କ୍ରିପ୍ଟୋ କରେନ୍ସି କାରବାର ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣେ ଓଡ଼ିଶାର ଥିବା ବେଳେ ଅନ୍ୟମାନେ ପଶ୍ଚିମବଙ୍ଗର। ସେମାନଙ୍କ ନିକଟରୁ ୪ଟି ଦାମୀ ଗାଡ଼ି, ୩୨ଟି ମୋବାଇଲ ଫୋନ ଜବତ ହୋଇଛି। ପୁଲିସ ଏ ସଂକ୍ରାନ୍ତରେ ଠକେଇ ଓ ଅପହରଣ ବାବଦରେ ଦୁଇଟି ମାମଲା ରୁଜୁ କରିଛି। ପଶ୍ଚିମବଙ୍ଗର ୪ ଜଣ କ୍ରିପ୍ଟୋ କରେନ୍ସି ନାଁରେ ଠକେଇ କରିଥିଲେ। ସେମାନେ ସେଠାରୁ ଖସିଆସି ପୁରୀରେ ଲୁଚିଥିଲେ। ପଶ୍ଚିମବଙ୍ଗରେ ଠକେଇର ଶିକାର ହୋଇଥିବା ଜମାକାରୀମାନେ ପୁରୀରୁ ସେମାନଙ୍କୁ କଟକ ଆଣି ହୋଟେଲରେ ରଖିଥିଲେ। ପୁଲିସ ଖବର ପାଇଲା ପରେ ହୋଟେଲରେ ଚଢ଼ଉ କରିଥିଲା। ପଚରାଉଚରା ପରେ ଅନ୍ଲାଇନ୍ କ୍ରିପ୍ଟୋ ଠକେଇ ସାମନାକୁ ଆସିଛି। ପୁଲିସ ଏ ବାବଦରେ ଅଧିକ ଅନୁସନ୍ଧାନ ଜାରି ରଖିଛି। ସେମାନେ ଓ ଟୁ ୱାର୍ଲଡ୍ ନାଁରେ ପ୍ରଥମେ କ୍ରିପ୍ଟୋ କାରବାର କରିଥିଲେ। ପରେ ସଂସ୍ଥା ନା ବଦଳାଇ କ୍ରିପ୍ଟୋ କାରବାର କରିଥିବା ପୁଲିସ ଜାଣିବାକୁ ପାଇଛି। ଗିରଫ ଅଭିଯୁକ୍ତଙ୍କ ସମ୍ପର୍କରେ ପଶ୍ଚିମବଙ୍ଗ ପୁଲିସ ସହ ଯୋଗାଯୋଗ କରାଯାଇଥିବା ବେଳେ ସେଠାକାର ପୁଲିସ ଅଭିଯୁକ୍ତଙ୍କ ସମ୍ପର୍କରେ କଟକ ପୁଲିସକୁ ତଥ୍ୟ ଦେଇଛି।
୫୦ ଲକ୍ଷ ଟଙ୍କାର କ୍ରିପ୍ଟୋ ଠକେଇ ଓ ଅପହରଣ ମାମଲାରେ ଗିରଫ
ଖୋଳତାଡ଼ କରୁଛି କଟକ କମିସନରେଟ୍ ପୁଲିସ
ଆଜି ସକାଳେ ଶିଖରପୁର ଅଞ୍ଚଳରେ ଥିବା ହୋଟେଲ ଯସ୍ମିନର ମାଲିକ ହେମନ୍ତ କୁମାର ପାତ୍ର ହୋଟେଲ ଭିତରେ କିଛି ସନ୍ଦେହଜନକ ଗତିବିଧି ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଭିଯୁକ୍ତମାନଙ୍କୁ ଥାନାକୁ ଆଣି ତଦନ୍ତ କରିବା ପରେ ସବୁ କଥା ସାମନାକୁ ଆସିଥିଲା। ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁରର ସେକ ହାବିବୁଲା ହାୱଡା ଜିଲ୍ଲା ଉଲୁବେରିଆ ଥାନା ଅଞ୍ଚଳର ସେକ ଜିଗିରିଆ ଓ ତାଙ୍କ ଅଞ୍ଚଳର କିଛି ଲୋକଙ୍କଠାରୁ କ୍ରିପ୍ଟୋ ନାମରେ ପଚାଶ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଠକେଇ କରି ଓଡ଼ିଶାରେ ରହିଥିଲେ। ଏହି ଠକେଇ ଅଭିଯୋଗରେ ସେକ ହବିବୁଲା ସମେତ ସଫାଇଦୁଲ ଇସଲାମ, ରିତିକ ରାୟ, ଅସଗାର ଅଲ୍ଲୀ, ସେକ ମୁସ୍ତାକ ଅହମ୍ମଦ ଗିରଫ ହୋଇଥିବା ବେଳେ ଅପହରଣ ମାମଲାରେ ହାୱଡ଼ା ଜିଲ୍ଲା ଉଲୁବେରିଆ ଥାନାର ସେକ ଜିଗିରିଆ, ଅବଦୁଲ ହଲିମ, ସେକ ସମୁଏଲ ଇସଲାମ, ସୈଫୁଦିନ ଅଲ୍ଲୀ, ଶେଖ ଅଲ୍ ଅମିନ ଅଲିମ, ସେକ ରାମିଜ ଅଲ୍ଲୀ, ସେକ ସାଇଦ, ଜମିରୁଉଦିନ, ସବୀର ମୁସ୍ତାକ ମୋଲଲ, ଅମିଉଦ୍ଦିନ ମୋଲ୍ଲା, ତହିଁରୁମ ମଲ୍ଲିକ, ଜୟଦ ମୋଲ୍ଲା, ମଣିରୁଦ୍ଦିନ ଭୁଆଁ, ସେକ ନଜିବୁଲ ହୋସେନ, ଶେଖ ରିୟାଜୁଦ୍ଦିନ, ସେକ ଗୋଲମ ହୋସେନ, ନସିମ ସରଫରଜ, ସେକ ତାଇବୁଲ ରେହାନ, ସେକ ମିଜାନୁର ରେହାନ, ମେହବୁବ ମୋଲ୍ଲା, ସେକ ଇଦତୁଲ୍ଲା, ସେକ ସାହା ଆଲାମ, ସେକ ଇନ୍ଦାଦୁଲ, ସେକ ସାହିର ସେକ ଇଞ୍ଜାମୁଲ, ସେକ ଆସାଦଲ ଅଲ୍ଲୀଙ୍କୁ କୋର୍ଟଚାଲାଣ କରାଯାଇଥିବା ଆଇଆଇସି ଚିନ୍ତେଶ୍ୱର ମୁଣ୍ଡା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/24/sfsfsfxcxcxc-2025-10-24-04-55-03.jpg)