ଭୁବନେଶ୍ୱର : ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୩୨୧୯ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡ଼ିକ ମଧ୍ୟରୁ ୧୨୮୮ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୧୯୩୧ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି ।
ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଚିହ୍ନଟ ହୋଇଥିବା ୩୨୧୯ଟି ମାମଲା ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୨୯ଟି ଓ କଟକ ଜିଲ୍ଲାରୁ ୪୦୦ଟି ମାମଲା ଅନ୍ତର୍ଭୁକ୍ତ । ସେହିପରି ପୁରୀରୁ ୨୧୭ଟି, ବରଗଡ଼ ୧୮୫, ଗଞ୍ଜାମରୁ ୧୬୯ଟି, ମୟୁରଭଞ୍ଜରୁ ୧୩୭ଟି,ଯାଜପୁରରୁ ୧୧୭ଟି ମାମଲା ଅନ୍ତର୍ଭୁକ୍ତ । ଅନ୍ୟପକ୍ଷରେ କେନ୍ଦୁଝରରୁ ୧୦୨ ଟି, କୋରାପୁଟରୁ ୯୦ଟି, ଭଦ୍ରକରୁ ୮୭ଟି, ସମ୍ବଲପୁରରୁ ୭୮ଟି, ଅନୁଗୁଳ ୬୬ଟି, ନୟାଗଡ଼ରୁ ୬୨ଟି, ଜଗତସିଂହପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରୁ ୬୦ଟି ଲେଖାଏଁ ମାମଲା ଜଣାପଡ଼ିଛି । ସେହିପରି କେନ୍ଦ୍ରାପଡ଼ାରୁ ୫୭ଟି, ନବରଙ୍ଗପୁରରୁ ୫୫ଟି, ନୂଆପଡ଼ାରୁ ୪୯ଟି, କଳାହାଣ୍ଡିରୁ ୩୭ଟି, ବୌଦ୍ଧରୁ ୩୬ଟି, କନ୍ଧମାଳରୁ ୩୨ଟି, ଢେଙ୍କାନାଳରୁ ୩୭ଟି,ଗଜପତିରୁ ୨୭ ମାମଲା ଅନ୍ତର୍ଭକ୍ତ ।
Covid-19 Report For 1st September
New Positives Cases: 3219
In quarantine: 1931
Local contacts: 1288(Details of local contacts will be shared by concerned Dist Administration)
District Wise Cases
1. Angul: 66
2. Balasore: 194
3. Bargarh: 185
4. Bhadrak: 87
5. Balangir: 10— I & PR Department, Odisha (@IPR_Odisha) September 2, 2020
୩୨୧୯ଟି ନୂଆ ମାମଲା ସହ ଓଡ଼ିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା ୧୦୯୭୮୦ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୨୮,୪୪୩ ଥିବାବେଳେ ୮୦,୭୭୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୪୮୪ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୧୮୯୧୦୯୯ଟି କରୋନା ପରୀକ୍ଷା କରାଯାଇଛି ।
ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ ୫୧୨୪୫ଟି କରୋନା ପରୀକ୍ଷଣ ହୋଇଛି । ସେଗୁଡ଼ିକ ମଧ୍ୟରୁ ୭୬୮୫ଟି ହେଉଛି ଆରଟି-ପିସିଆର ଟେଷ୍ଟ,୪୩୪୭୬ଟି ଆଣ୍ଟିଜେନ ଓ ୮୪ଟି ଟ୍ରୁନାଟ ଟେଷ୍ଟ ।