ଭୁବନେଶ୍ୱର : ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୩୨୫୨ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡ଼ିକ ମଧ୍ୟରୁ ୧୨୬୫ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୧୯୮୭ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଶନିବାରଦିନ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଚିହ୍ନଟ ହୋଇଥିବା ୩୨୫୨ଟି ମାମଲା ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୭୬୨ ଟି ମାମଲା ଚିହ୍ନଟ ହୋଇଥିବାବେଳେ ତାପଛକୁ ରହିଛି ରାୟଗଡ଼ା ଜିଲ୍ଲା, ଯେଉଁଠାରେ ୪୫୦ଟି ମାମଲା ଚିହ୍ନଟ ହୋଇଛି । କଟକରେ ୩୨୩ ଟି ମାମଲା ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରେ ୧୬୯ଟି ମାମଲା ଚିହ୍ନଟ ହୋଇଛି । ଏହାଛଡ଼ା ମୟୁରଭଞ୍ଜରେ ୧୨୩ଟି ଓ ନୟାଗଡ଼ରେ ୧୨୦ଟି ମାମଲା ଚିହ୍ନଟ ହୋଇଛି ।
Covid-19 Report For 28th August
New Positives Cases: 3252
In quarantine: 1987
Local contacts: 1265(Details of local contacts will be shared by concerned District Administration)
District Wise Cases
1. Angul: 11
2. Balasore: 78
3. Bargarh: 146
4. Bhadrak: 76
5. Balangir: 64— I & PR Department, Odisha (@IPR_Odisha) August 29, 2020
୩୨୫୨ଟି ନୂଆ ମାମଲା ସହ ଓଡ଼ିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା ୯୭୯୨୦ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୨୯,୫୭୧ ଥିବାବେଳେ ୬୭,୮୨୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୫୦୩ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୧୬୭୦୯୧୦ଟି କରୋନା ପରୀକ୍ଷା କରାଯାଇଛି ।