ଭୁବନେଶ୍ବର : ୨୦୧୯ ଜାନୁଆରିରୁ ମାର୍ଚ୍ଚ ୩୧ ତାରିଖ। ମହିଳା ଓ ଶିଶୁ ବିକାଶ ଓ ମିସନ ଶକ୍ତି ବିଭାଗର ପରିସଂଖ୍ୟାନ କହୁଛି, ଏହି ତିନି ମାସରେ ରାଜ୍ୟରେ େମାଟ ୬୦୨ ଜଣ ନାବାଳକ ଓ ନାବାଳିକା ନିେଖାଜ େହାଇଛନ୍ତି। ହଜିଯାଇଥିବା ୧୦୦ ବାଳକଙ୍କ ମଧ୍ୟରୁ ମାତ୍ର ୩୧ଜଣଙ୍କୁ ଉଦ୍ଧାର କରାଯାଇପାରିଛି। ତେବେ ନାବାଳିକା େକ୍ଷତ୍ରରେ ଏହି ଚିତ୍ର ହୃଦୟ ଥରାଇ ଦେବା ଭଳି। ନିେଖାଜ ୫୦୨ ନାବାଳିକାଙ୍କ ମଧ୍ୟରୁ ମାତ୍ର ୭୯ଜଣଙ୍କୁ େଖାଜିପାଇଛି ପୁଲିସ।
ଏହିଭଳି ଯଦି ୨୦୧୬ରୁ ୨୦୧୯ ମାର୍ଚ୍ଚ ମାସ ଯାଏ ପରିସଂଖ୍ୟାନକୁ ବିଚାରକୁ ନିଆଯାଏ, ତେବେ ୬୧୮ ନାବାଳକ, ୨୬୫୮ ନାବାଳିକାଙ୍କ ସଂପର୍କରେ କାହା ପାଖରେ କିଛି ଖବର ନାହିଁ। ୩୨୭୬ କୁନି କୁନି ପିଲା ଗଲେ କୁଆଡେ? ଏସବୁ ନାବାଳକ ଓ ନାବାଳିକା ସୁରକ୍ଷିତ ଅଛନ୍ତି ତ? ସେମାନଙ୍କ ପରିବାରର ସ୍ଥିତି କଣ େହଉଥିବ?
ଏମିତି ଅନେକ ପ୍ରଶ୍ନ ଏବେ ବୁଦ୍ଧିଜୀବୀ ମହଲକୁ ଆନ୍ଦୋଳିତ କରୁଛି। ରାଜ୍ୟରେ ନାବାଳିକା ଦୁଷ୍କର୍ମ ଘଟଣା ବଢିଚାଲିଥିବା ପରିପ୍ରେକ୍ଷୀରେ ଏହି ପ୍ରସଙ୍ଗର ଗୁରୁତ୍ବ ବହୁଗୁଣିତ େହାଇଛି।
୩ ମାସର ଏହି ଚିତ୍ର ସଙ୍କେତ େଦଉଛି, ଓଡ଼ିଶାରେ ଆଇନଶୃଙ୍ଖଳା ସ୍ଥିତି କେଉଁଠି ପହଞ୍ଚିଗଲାଣି। ଅନ୍ୟମାନଙ୍କ କଥା ଦୂରେ ଥାଉ, କୁନି କୁନି ଛୁଆଙ୍କୁ ସୁରକ୍ଷା ଦେବା େକ୍ଷତ୍ରରେ ଆମ ବ୍ୟବସ୍ଥା କିଭଳି ଧୀରେ ଧୀରେ ବିଫଳ ହେବାରେ ଲାଗିଛି। ସ୍ଥିତି ଏତେ ସାଂଘାତିକ ରୂପ ନେବା ପରେ ବି ସରକାରୀ ସ୍ତରରେ େଯଭଳି ତନାଘନା େହବା କଥା ସେଭଳି ଘଟୁନାହିଁ। ନା ସମୀକ୍ଷା କରୁଛନ୍ତି ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ନା ମହିଳା ଶିଶୁ ବିକାଶ ବିଭାଗ ଏ େନଇ ତତ୍ପରତା ଦେଖାଉଛି। ଏ େକ୍ଷତ୍ରରେ କାମ କରୁଥିବା ସାମାଜିକ ସଂଗଠନ ମଧ୍ୟ ଚୁପ୍।
ଅନ୍ୟପକ୍ଷରେ ବ୍ୟବସ୍ଥାର ହୁଗୁଳାପଣ କାରଣରୁ ଅପରାଧୀ ଉତ୍ସାହିତ େହାଇଛନ୍ତି। ବେଶି ଦୂରକୁ ନଯାଇ ଗତ ୧୫ ଦିନର ପରିସଂଖ୍ୟାନ ପରିସ୍ଥିତିର ଗମ୍ଭୀରତା ବୁଝାଇବା ପାଇଁ ଯଥେଷ୍ଟ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ପୁରୀରେ ହଜାର ହଜାର ପୁଲିସ ଥିଲେ ବି ଅପରାଧୀ ବେଧଡକ ଭାବେ ବସଷ୍ଟାଣ୍ଡରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବାକୁ ସାହସ କଲା। ଶନିବାର ରାତିରେ ଅନୁଗୁଳ ବସଷ୍ଟାଣ୍ଡରେ େଗାଟିଏ ୮ବର୍ଷର ବାଳିକାକୁ ଦୁଷ୍କର୍ମ କରାଯାଇଛି। ମୁର୍ମୂଷୁ ଅବସ୍ଥାରେ ବାଳିକା ଏବେ ଡାକ୍ତରଖାନାରେ ଜୀବନ ସହ ଯୁଝୁଛି। ଗତ ୧୬ ତାରିଖ ଦିନ ଶଙ୍ଖ ନଦୀ ପଠାରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର େହାଇଥିଲା। ଏସବୁ ଘଟଣାରେ କେବଳ ତନାଘନା, ଅପରାଧୀକୁ ଗିରଫଦାରି ଭିତରେ ପୁଲିସ କାର୍ଯ୍ୟାନୁଷ୍ଠାନ ଅଟକିଯାଉଛି। ଏମିତି କିଛି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହୋଇନାହିଁ, େଯଉଁଥିରେ ଅପରାଧୀ ଡରିବେ।
ସେହିଭଳି ସରକାର େଯ ଏ ତଥ୍ୟ ଆଜି ଜାଣୁଛନ୍ତି ତାହା ନୁେହଁ। ୨୦୧୬ ମସିହାର ତଥ୍ୟ କହୁଛି, ସେ ବର୍ଷ ହଜିଥିବା ୫୯୧ ନାବାଳିକାଙ୍କ ସଂପର୍କରେ ପୁଲିସ ପାଖରେ କିଛି ବି ତଥ୍ୟ ନାହିଁ।୧୯୩ ନାବାଳକ କୁଆଡେ ଗଲେ? େମାଟ ୫୦୧ ନାବାଳକ ହଜିଯାଇଥିବା େନଇ ସରକାରଙ୍କ ପାଖରେ ତଥ୍ୟ ରହିଛି। ୩୦୮ ଜଣ କିନ୍ତୁ ମିଳିଛନ୍ତି। ୧୨୯୧ ଜଣ ନାବାଳିକାଙ୍କ ସଂପର୍କରେ ପତ୍ତା ମିଳୁନଥିଲା। େଖାଜାେଖାଜି କରିବା ପରେ ୭୦୦ ମିଳିଛନ୍ତି। ବାକି?
୨୦୧୭ ବର୍ଷର ପରିସଂଖ୍ୟାନ ବି ଆଖି ଟେରା କରିଦେବା ଭଳି। ସେ ବର୍ଷ ୧୩୬୦ ନାବାଳିକା ନିେଖାଜ ଥିବା ଜଣାପଡିଥିଲା। ମିଳିଥିଲେ ୭୩୭। ଏବେ ଯାଏ ଜଣାପଡୁନି, ବାକି ୬୨୩ ଗଲେ କୁଆଡେ? ୪୯୧ ନାବାଳକଙ୍କ ମଧ୍ୟରୁ ୩୦୯ ମିଳିଛନ୍ତି। ୧୮୨ ବାଳକଙ୍କ ପତ୍ତା ନାହିଁ?
ବ୍ୟବସ୍ଥାର ହୁଗୁଳାପଣ କାରଣରୁ ୨୦୧୮ ବର୍ଷର ପରିସଂଖ୍ୟାନ େଯ କୌଣସି ବ୍ୟକ୍ତିର ହୃଦୟରେ କମ୍ପନ ସୃଷ୍ଟି କରିପାରେ। ୧୦୨୧ ନାବାଳିକା କୁଆଡେ ଅଛନ୍ତି, ଏକଥା ଏଯାଏ ପୁଲିସ ଜାଣିପାରିନାହିଁ। ୧୮୭୫ ନାବାଳିକା ହଜିଥିବା ଜଣାପଡିଥିଲା। ୮୫୪ ଜଣ ମିଳିଛନ୍ତି। ସେହିପରି ହଜିଯାଇଥିବା ୪୫୯ ନାବାଳକଙ୍କ ମଧ୍ୟରୁ ୨୮୫ ଜଣ ମିଳିଛନ୍ତି। ବାକି ବାଳକଙ୍କ ସଂପର୍କରେ କେହି କିଛି ଜାଣନ୍ତିନି।
କିଏ କେଉଁ କାରଣ ପାଇଁ ବି ହଜିଥାଉ, ପୁଲିସ ଏ ଦିଗକୁ େଯଭଳି ଗୁରୁତ୍ବ ଦେବା କଥା ତାହା ପରିଲକ୍ଷିତ େହଉନାହିଁ। ଏଠାରେ ଉଲ୍ଲେଖଥାଉକି, ନାବାଳିକା ଦୁଷ୍କର୍ମ ମାମଲାକୁ ସୁପ୍ରିମକୋର୍ଟ ଗମ୍ଭୀରତାର ସହିତ ବିଚାର କରିଛନ୍ତି। ନିକଟରେ ସର୍ବୋଚ୍ଚ ଅଦାଲତ ନିଜ ଆଡୁ ମାମଲା ରୁଜୁ କରି ସବୁ ରାଜ୍ୟକୁ େନାଟିସ କରିଛନ୍ତି। ଏଥିରେ ବିେଜପି ଶାସିତ ଉତ୍ତରପ୍ରଦେଶ ଶୀର୍ଷରେ ରହିଛି, େଯଉଁଠାରେ ୩୪୫୭ଟି ମାମଲା ରୁଜୁ େହାଇଛି। କଂଗ୍ରେସ ଶାସିତ ମଧ୍ୟପ୍ରଦେଶ ଏ େକ୍ଷତ୍ରରେ ଦ୍ବିତୀୟ ସ୍ଥାନରେ ରହିଛି। ୨୩୮୯ଟି ମାମଲା ରୁଜୁ େହାଇଛି। ଓଡ଼ିଶାରେ କିନ୍ତୁ କିଛି କମ୍ ନାହିଁ। ୧୦୦୫ ମାମଲା ରହିଛି।