ଭୁବନେଶ୍ୱର : ଚଳିତ ଦଶନ୍ଧିର ପ୍ରଥମ ଦିନରେ ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ୩୩ଜଣ ନବଜାତକ ଜନ୍ମ ନେଇଛନ୍ତି। ତେବେ ଏଥିରେ କେତେ ଜଣ ପୁଅ ଓ ଝିଅ ରହିଛନ୍ତି ତାହା ସ୍ପଷ୍ଟ ହୋଇପାରି ନ ଥିଲେ ହେଁ, ଅନ୍ୟଦିନ ଗୁଡ଼ିକ ତୁଳନାରେ ଏହା ଅଧିକ ରହିଛି। ତହିଁରୁ ଅନେକ ପିତାମାତା ନୂଆବର୍ଷରେ ସେମାନଙ୍କ ପିଲା ଜନ୍ମ ହେବାକୁ ଚାହୁଁଥିବା ସୂଚନା ମିଳିଛି।

Advertisment

publive-image brainfacts.org

କ୍ୟାପିଟାଲ ହସ୍ପିଟାଲରୁ ମିଳିଥିବା ସୂଚନା ଅନୁସାରେ, ଡିସେମ୍ବର ୩୧ ମଧ୍ୟ ରାତ୍ରରୁ ୧ତାରିଖ ରାତି ୧୨ଟା ପର୍ଯ୍ୟନ୍ତ କ୍ୟାପିଟାଲ ହସ୍ପିଟାଲରେ ୩୩ଜଣ ନବଜାତକ ଜନ୍ମ ନେଇଛନ୍ତି। ତହିଁରୁ ୨୧ଜଣ ସ୍ବାଭାବିକ ପ୍ରସବ ଓ ୧୨ଜଣଙ୍କ ଅସ୍ତ୍ରୋପଚାର ଜରିଆରେ ଜନ୍ମ ନେଇଛନ୍ତି। ଅନ୍ୟ ଦିନଗୁଡ଼ିକରେ ଏହି ହସ୍ପିଟାଲରେ ୨୦/୨୫ ଶିଶୁ ଜନ୍ମ ହେଉଥିବା ବେଳେ ନୂଆବର୍ଷ ପାଇଁ ଏହି ସଂଖ୍ୟାରେ ବୃଦ୍ଧି ଘଟିଛି। ତେବେ ରାଜଧାନୀର ଅନ୍ୟ ଡାକ୍ତରଖାନାରେ କେତେ ସଂଖ୍ୟାରେ ପ୍ରସବ ହୋଇଛି ତାହାର ତଥ୍ୟ ମିଳିପାରି ନାହିଁ। ସାଧାରଣ ଭାବେ ହସ୍ପିଟାଲରେ ପ୍ରସବ ଓ ମୃତ୍ୟୁଜନିତ ରିପୋର୍ଟ ୨୧ଦିନ ଭିତରେ ମ୍ୟୁନସିପାଲଟିକୁ ପଠାଇବାର ନିୟମ ରହିଥିବାରୁ ସଂପୂର୍ଣ୍ଣ ତଥ୍ୟ ମିଳିବା ବିଳମ୍ବ ହେବ।