ପିସିସି ଆଇନ ବିଭାଗର ୩୩ ଜିଲ୍ଲା ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ ଆଇନ ବିଭାଗର ଅଧ୍ୟକ୍ଷ ଭାବେ ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର ନାଥ କର ଦାୟିତ୍ବ ନେବା ପରେ ୩୩ଟି ସାଂଗଠନିକ ପାଇଁ ଆବାହକ ତଥା ଅଧ୍ୟକ୍ଷଙ୍କ ନାମ ତାଲିକା ଘୋଷଣା କରିଛନ୍ତି।

ପିସିସି ପକ୍ଷରୁ ଜାରି ବିବୃତି ଅନୁଯାୟୀ ଅନୁଗୁଳ ଜିଲ୍ଲା ପାଇଁ ଧର୍ମେନ୍ଦ୍ର ନାଥ ମିଶ୍ର ଅଧ୍ୟକ୍ଷ ନିଯୁକ୍ତ ହୋଇଥିବା ବେଳେ ବୌଦ୍ଧ ପାଇଁ ବିଶ୍ବଜିତ୍‌ ମିଶ୍ର, ବାଲେଶ୍ବର ପାଇଁ ସତ୍ୟସୁନ୍ଦର ଦାସ, ଭୁବନେଶ୍ବର ପାଇଁ ମନୋଜ ନାୟକ, ବରଗଡ଼ ପାଇଁ ପଞ୍ଚାନନ ମିଶ୍ର, ବଲାଙ୍ଗୀର ପାଇଁ ଅରବିନ୍ଦାକ୍ଷ ପୂଜାରୀ, ଭଦ୍ରକ ପାଇଁ ଦିଲ୍ଲୀପ କୁମାର ମହାପାତ୍ର, କଟକ ପାଇଁ ଦିଲ୍ଲୀପ କୁମାର ମହାରଣା, କଟକ ନଗର ପାଇଁ ବିଭୁ ପ୍ରସନ୍ନ ମହାପାତ୍ର, ଢେଙ୍କାନାଳ ପାଇଁ ଅମ୍ଲାନ କୁମାର ଖଟୁଆ, ଦେବଗଡ଼ ପାଇଁ ସିଦ୍ଧେଶ୍ବର ଗୁରୁ, ଗଞ୍ଜାମ ପାଇଁ ରବୀନ୍ଦ୍ର କୁମାର ଦେଓ, ଗଜପତି ପାଇଁ ସନ୍ତୋଷ କୁମାର ପାଢ଼ି, ଯାଜପୁର ପାଇଁ ନିତାଇ ଚରଣ ମହାନ୍ତି, ଝାରସୁଗୁଡ଼ା ପାଇଁ ସିୟାରାମ ଦାସ, ଜଗତସିଂହପୁର ପାଇଁ ନାରାୟଣ ମହାନ୍ତି, କେନ୍ଦୁଝର ପାଇଁ ଆନନ୍ଦ ଚରଣ ସାହୁ, କନ୍ଧମାଳ ପାଇଁ ପୀତାମ୍ବର ସାହୁ, କେନ୍ଦ୍ରାପଡ଼ା ପାଇଁ ସୁରେଶ ଚନ୍ଦ୍ର ପ୍ରଧାନ, ଖୋର୍ଦ୍ଧା ପାଇଁ ଶିଶିର ରାଉତ, କଳାହାଣ୍ଡି ପାଇଁ ସିଦ୍ଧାର୍ଥ ନାୟକ, କୋରାପୁଟ ପାଇଁ ରମେଶ ପାତ୍ର, ମାଲକାନଗିରି ପାଇଁ ରାମଚନ୍ଦ୍ର ପଟ୍ଟନାୟକ, ମୟୂରଭଞ୍ଜ ପାଇଁ ଜ୍ୟୋତି ପ୍ରକାଶ ରଥ, ନବରଙ୍ଗପୁର ପାଇଁ ରାମ ପ୍ରସାଦ ପାତ୍ର, ନୂଆପଡ଼ା ପାଇଁ ଧରମବୀର ଯୋଶୀ, ନୟାଗଡ଼ ପାଇଁ ଅରୁଣ କୁମାର ମହାପାତ୍ର, ପୁରୀ ପାଇଁ କାଳି ପ୍ରସାଦ ନାୟକ, ରାଉରକେଲା ପାଇଁ ଚିନ୍ମୟ ଦାସ, ରାୟଗଡ଼ା ପାଇଁ ସି.ଜଗନମୋହନ ରାଓ, ସମ୍ବଲପୁର ପାଇଁ ମନୋରଞ୍ଜନ ଦାସ, ସୁନ୍ଦରଗଡ଼ ପାଇଁ ସତ୍ୟଜିତ୍‌ ପଣ୍ଡା ଓ ସୁବର୍ଣ୍ଣପୁର ଜିଲ୍ଲା ଅଧ୍ୟକ୍ଷ ଭାବେ ସୁଧୀର କୁମାର ପଣ୍ଡାଙ୍କୁ ନିଯୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର