ପୁଣି ଲକ୍ଷାଧିକ ଟଙ୍କାରେ ଡଙ୍ଗା ଭଡ଼ା କରି ଜଳପଥରେ ଚେନ୍ନାଇରୁ ଘରକୁ ଫେରୁଛନ୍ତି ଗଞ୍ଜାମ ଜିଲ୍ଲାର ୩୩ ଶ୍ରମିକ

ବ୍ରହ୍ମପୁର:  କରୋନା ଭାଇରସକୁ ମୁକାବିଲା କରିବା ଲାଗି ସାରା ଦେଶ ଏବେ ଲକ୍ ଡାଉନ  । ଏଭଳି ସ୍ଥିତିରେ ଯେଉଁ ବ୍ୟକ୍ତି ଯେଉଁଠି ଅଛନ୍ତି ସେ ସେଇଠି  ରହିବା ଲାଗି କେନ୍ଦ୍ର ଓ ପ୍ରତ୍ୟେକ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି  । ତେବେ ଓଡିଶା ରାଜ୍ୟରୁ ମଧ୍ୟ ଲକ୍ଷାଧିକ ବ୍ୟକ୍ତି ଅନ୍ୟ ରାଜ୍ୟରେ ଫସି ରହିଛନ୍ତି । ଲକ୍ ଡାଉନ ଯୋଗୁଁ ନିଜ ଘରକୁ ଫେରିବା ସମ୍ଭବପର ହେଉପାରୁନାହିଁ  । ତେବେ କିଛି ବ୍ୟକ୍ତି  କରି ନିଜ ପରିବାର ନିକଟ ଓ ନିଜ ଗାଁରେ ପହଞ୍ଚିବାକୁ ପ୍ରାଣ ପଣେ ଉଦ୍ୟମ କରୁଛନ୍ତି  । ଏବେ କିଛି ଲୋକ ଜଳ ପଥ ଦ୍ୱାରା ବିଭିନ୍ନ ରାଜ୍ୟରୁ ବିପଦ ସଙ୍କୁଳ ଅବସ୍ଥାରେ ଡଙ୍ଗା ସାହାର୍ଯ୍ୟରେ ଫେରୁଥିବା ଦେଖିବାକୁ ମିଳିଛ।

ଗତ ଦୁଇ ଦିନ ତଳେ ଚେନ୍ନାଇରୁ ୩୮ ଜଣ ଶ୍ରମିକ ଏକ ବୋଟରେ ସୋନାପୁରରେ ପହଞ୍ଚିଥିଲେ  । ଏମାନେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏମାନଙ୍କୁ କ୍ୱାରାଣ୍ଚାଇନରେ ରଖିଛି  । ପୁଣି ଆଜି ଚେନ୍ନାଇରୁ ୩୩ଜଣ ଶ୍ରମିକ ସମୁଦ୍ରରେ ଏକ ଡଙ୍ଗାରେ ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀ ଆସୁଥିବା ସୂଚନା ମିଳିଛି  । ଏହି ୩୩ଜଣ ଚେନ୍ନାଇର କାଶୀମେଡୁ ଫିସିଙ୍ଗ୍ ହାରବର ନାମକ ଏକ ସଂସ୍ଥାରେ ଗତ ୪ ମାସ ହେଲା କାମ କରିଆସୁଥିଲେ  । ତେବେ କରୋନା ଯୋଗୁଁ ସଂସ୍ଥା ବନ୍ଦ ହୋଇଯିବା ଫଳରେ ଖାଇବା ପିଇବାକୁ ନ ପାଇ ବହୁ କଷ୍ଟରେ ଦିନ କାଟୁଥିଲେ  । ତେବେ ଏମାନେ ୨ଲକ୍ଷ ୧୦ ହଜାର ଟଙ୍କାରେ ଏକ ବୋଟ୍ କିଣି ଗତ ଶୁକ୍ରବାର ଅର୍ଥାତ ୨୪ତାରିଖରେ ଚେନ୍ନାଇରୁ ବାହାରିଥିବା ସେମାନଙ୍କ ସମ୍ପର୍କୀୟମାନଙ୍କଠାରୁ ସୂଚନା ମିଳିଛି  ।

ଏହାସହ ସେମାନେ ଚେନ୍ନାଇରୁ ବାହାରିଲା ଦିନ ଠାରୁ ଆର୍ଯ୍ୟପଲ୍ଲୀ ନାଏବ ସରପଞ୍ଚ ଟି. ବାବାଜୀଙ୍କ ସହ ଯୋଗାଯୋଗରେ ରଖିଥିବା ନାଏବ ସରପଞ୍ଚ ସୂଚନା ଦେଇଛନ୍ତି  । ବୋଟରେ ଆସୁଥିବା ୩୩ଜଣଙ୍କ ମଧ୍ୟରେ ସାନ ଆର୍ଯ୍ୟପଲ୍ଲୀ ଗାଁର୨୧ଜଣ, ମାର୍କଣ୍ଡି ଗାଁର ୫ଜଣ, ସୋନପୁରର ଜଣେ, ରାମେୟାପାଟଣାର ଜଣେ, ନୋଳିଆ ନୂଆଁଗାର ଜଣେ , ପୁରୀ ଜିଲ୍ଲାର ଜଣେ ଓ ଆନ୍ଧ୍ରପ୍ରଦେଶର ଦୁଇ ଜଣ ଶ୍ରମିକ ରହିଛନ୍ତି  । ଆଜି ସଂଧ୍ୟାରେ ଏହି ଶ୍ରମିକମାନେ ଆର୍ଯ୍ୟପଲ୍ଲୀରେ ପହଞ୍ଚିବେ ବୋଲି ସୂଚନା ମିଳିଛି  ।

ସମ୍ବନ୍ଧିତ ଖବର