ପିଏଲଜିଏ ସପ୍ତାହ ଜାରି; ସୀମାନ୍ତ ଆନ୍ଧ୍ର ପୁଲିସ ନିକଟରେ ୩୩ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଓ ସଂଗଠନର ପିଏଲଜିଏ ସପ୍ତାହର ଆଜି ୭ମ ଦିନ ହୋଇଥିବା ବେଳଏ ପଡୋଶୀ ଆନ୍ଧ୍ର ପ୍ରଦେଶର ଆଲ୍ଲୁରି ସୀତାରାମ ରାଜୁ ଜିଲ୍ଲା ପୁଲିସ ନିକଟରେ ୩୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆଜି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ସତୀଶ କୁମାର, ସିଆରପିଏଫ କମାଣ୍ଡାଣ୍ଟ ନୋଭାଲ କିଶୋର ଚୌଧୁରୀ ଏବଂ କମାଣ୍ଡାଣ୍ଟ ରାଜେଶ ତିୱାରୀଙ୍କ ନିକଟରେ ଏହି ୩୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ଏହି ୩୩ ଜଣ ମାଓବାଦୀଙ୍କ ନାମରେ ବହୁ ହିଂସା ସମ୍ବଳିତ କେଶ ରହିଥିବା ପୁଲିସ କହିଛି। ପିଏଲଜିଏ ସପ୍ତାହରେ ଏତେ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବାରୁ ପୁଲିସକୁ ବଡ ସଫଳଥା ମିଳିଥିବା କୁହାଯାଇଛି।

ସାଂଗଠନକୁ ଏକ ଶକ୍ତ ଧକ୍କା ଲାଗିଥିବା ପୁଲିସ କହିଛି। ମାଓ ସଂଗଠନ ଦୁର୍ବଳ ହେବାକୁ ଲାଗିଛି। ମାଓବାଦୀ ନିଜର ପତିଆରା ବଢାଇବା ପାଇଁ ଲୋକଙ୍କ ନିକଟରେ ପହଞ୍ଚି ଲୋକଙ୍କୁ ଭୁତାଉଥିବା ପୁଲିସ କହିଛି। ମିଥ୍ୟାରେ ନିରୀହ ଲୋକଙ୍କୁ ପୁଲିସ ଇନଫର୍ମର କହି ହତ୍ୟା କରୁଛି। ଆସନ୍ତାକାଲି ଗୋଟିଏ ଦିନ ପିଏଲଜିଏ ସପ୍ତାହକୁ ରହିଥିବା ବେଳେ ମାଲକାନଗିରି ଏବଂ ସୀମାନ୍ତ ଜିଲ୍ଲାରେ ନକ୍ସଲ ସେଭଳି କୌଣସି ଅଘଟଣ ଘଟାଇ ନାହାନ୍ତି। ତେବେ ଏତେ ଶାନ୍ତି କେବେ ନଥିଲା। ନକ୍ସଲଙ୍କ ଦ୍ବାରା ଏଭଳି ଶାନ୍ତି ରହିଥିବାରୁ ଆଗକୁ କୌଣସି ବଡ ଘଟଣା ଘଟାଇବାର ଆଶଂକାକୁ ମଧ୍ୟ ଏଡାଇ ଦିଆଯାଇନପାରେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର