କଳାହାଣ୍ଡି ଜିଲ୍ଲାରେ ପୁଣି ଆଜି ୩୩ ଜଣ କରୋନା ପଜିଟିଭ ଚିହ୍ନଟ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୫କୁ ଛୁଇଁଲା

ଜୁଲାଇ ମାସରେ ସର୍ବାଧିକ ୧୮୩ ଜଣ କରୋନା ପଜିଟିଭ ଚିହ୍ନଟ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ୩୩ ଜଣ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଲାଞ୍ଜିଗଡ଼ ବେଦାନ୍ତ ଟାଉନସିପରେ ୮ ଜଣ, ଲାଞ୍ଜିଗଡ଼ ବ୍ଲକରେ ୪ ଜଣ, ପର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୫ ଜଣ, ଜୁନାଗଡ଼ ବ୍ଲକର ୫ ଜଣ, ୩ ଜଣ ପୁଲିସ, କଲମପୁର ବ୍ଲକରେ ଗୋଟିଏ ସର୍ଭିସ ପ୍ରଭାଇଡ଼ର, ମଦନପୁର ରାମପୁର ବ୍ଲକରେ ଜଣେ ସର୍ଭିସ ପ୍ରଭାଇଡ଼ର, ଗୋଲାମୁଣ୍ଡା ବ୍ଲକରେ ୨ ଜଣ, ଭବାନୀପାଟଣାରେ ୨ଜଣ, ନର୍ଲା କଣ୍ଟେନମେଣ୍ଟ ଜୋନରେ ଜଣେ, କର୍ଲାମୁଣ୍ଡା ବ୍ଲକରେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ୩୩ ଜଣଙ୍କ ମଧ୍ୟରୁ ୨୫ ଜଣଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୮ ଜଣଙ୍କୁ ଲାଞ୍ଜିଗଡ଼ ବେଦାନ୍ତର କୋଭିଡ କେୟାର ସେଣ୍ଟରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଆଜିର ୩୩ ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୫ରେ ପହଞ୍ଚିଛି ।

କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ଏପ୍ରିଲ ଓ ମେ ମାସରେ ୨୦ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଜୁନ ମାସରେ ୫୨ ଜଣ ଚିହ୍ନଟ ହୋଇଥିଲେ । ସେହିଭଳି ଜୁଲାଇ ମାସରେ ୩ ଗୁଣ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ନେଇ ସାଧାରଣରେ ଉଦବେଗର ବିଷୟ ହୋଇଛି । ଗତ ଜୁଲାଇ ୨ ତାରିଖରେ ୫ ଜଣ, ୫ ତାରିଖରେ ୨ ଜଣ, ୧୧ ତାରିଖରେ ୪ ଜଣ, ୧୫ ତାରିଖରେ ୨ ଜଣ, ୧୭ ତାରିଖରେ ଜଣେ, ୧୮ ତାରିଖରେ ୨ଜଣ, ୨୧ ତାରିଖରେ ୧୫ ଜଣ, ୨୨ ତାରିଖରେ ୭ ଜଣ, ୨୪ ତାରିଖରେ ୧୨ ଜଣ, ୨୫ ତାରିଖରେ ୯ ଜଣ, ୨୬ ତାରିଖରେ ୧୧ ଜଣ, ୨୮ ତାରିଖରେ ୨୧ ଜଣ, ୨୯ ତାରିଖରେ ୨୬ ଜଣ, ୩୦ ତାରିଖରେ ୩୩ ଜଣ ଓ ଆଜି ୩୧ ତାରିଖରେ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୁଲାଇ ମାସରେ ସର୍ବାଧିକ ୧୮୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଜନସାଧାରଣ ମଧ୍ୟ କରୋନାକୁ ନେଇ ସତର୍କତା ଅବଲମ୍ବନ କରୁନାହାନ୍ତି । ଠିକ ଭାବେ ମାସ୍କ ବ୍ୟବହାର କରୁନାହାନ୍ତି । କେବଳ ପୁଲିସକୁ ଦେଖିଲେ ମାସ୍କର ବ୍ୟବହାର କରୁଛନ୍ତି ଓ ପରବର୍ତ୍ତୀ ସମୟରେ ପୁଣି ମାସ୍କ ଖୋଲି ଖୁଲମ ଖୁଲ୍ଲା ବୁଲୁଛନ୍ତି। ତେଣୁ ତୁରନ୍ତ ଏ ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହୋଇଛି ।

ସମ୍ବନ୍ଧିତ ଖବର