କୋରାପୁଟ : କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ବରଂ ସଂକ୍ରମଣ କୋରାପୁଟ ଜିଲ୍ଲାରେ ଅତି ଭୟଙ୍କର ଭାବେ ବୃଦ୍ଧି ପାଉଛି। ମାସ ଆରମ୍ଭରୁ ଭଲ ସ୍ଥିତିରେ ଥିବା କୋରାପୁଟରେ ଆଜି ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୪ ଶହ ଟପି ଗଲାଣି। ପୁଣି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏହା ଚିନ୍ତା ବଢାଇଛି। ଆଜି ଜିଲ୍ଲାରୁ ମୋଟ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଉ ଉଦବେଗର ବିଷୟ, ଏଥିରୁ ୨୫ ସ୍ଥାନୀୟ ସଂକ୍ରମିତ। ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ୪ ଜଣ ସଙ୍ଗରୋଧ କେନ୍ଦ୍ରରେ ରହିଥିଲାବେଳେ ବାକି ୪ ଜଣ ଗୃହ ସଙ୍ଗରୋଧରେ ରହିଥିଲେ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୧ରେ ପହଞ୍ଚିଛି।
Railway Jobsଜୁଲାଇ ମାସରୁ କୋରାପୁଟ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ପାଖାପାଖି ଦେଢ ସପ୍ତାହ ହେଲା ନିୟମିତ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ପୁଣି ଜିଲ୍ଲା ସାରା ଏହି କରୋନା ଭୁତାଣୁ ମାଡି ଗଲାଣି। ଏହାକୁ ନେଇ ଚିନ୍ତା ବଢୁଥିଲାବେଳେ ଆଜି ପୁଣି ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଜୟପୁର ପୌରାଞ୍ଚଳରୁ ସର୍ବାଧିକ ୧୦ ଜଣ, କୋରାପୁଟ ପୌରାଞ୍ଚଳରୁ ୫ ଜଣ, ଲକ୍ଷ୍ମୀପୁର ବ୍ଲକରୁ ୯ ଜଣ, କୋରାପୁଟ ବ୍ଲକରୁ ଜଣେ, କୁନ୍ଦୁରାରୁ ୪ ଜଣ, ଲମତାପୁଟ ବ୍ଲକରୁ ଜଣେ, ସୁନାବେଡା ପୌରାଞ୍ଚଳରୁ ଜଣେ ଓ ଜୟପୁର ବ୍ଲକରୁ ଦୁଇ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଆଜି ଚିହ୍ନଟ ସଂକ୍ରମିତଙ୍କ ୩ ଜଣ ବିହାରରୁ ଆସିଥିଲାବେଳେ ହାଇଦ୍ରାବାଦ, ବାଙ୍ଗାଲୋର, ଆନ୍ଧ୍ରପ୍ରଦେଶ, ଗଂଜାମ ଓ ରାୟଗଡାରୁ ଜଣେ ଲେଖାଏଁ ଫେରିଥିଲେ। ଏମାନେ ସଙ୍ଗରୋଧରେ ରହୁଥିଲେ। ଅନ୍ୟ ୨୫ ଜଣ ପୂର୍ବ ଆକ୍ରାନ୍ତଙ୍କ ସିଧାସଳଖ ସଂପର୍କରେ ଆସିଥିଲେ। ଏହି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ୧୭ ଜଣ କଣ୍ଟେନମେଣ୍ଟ ଜୋନ ଅଂଚଳର। ଆଜି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ସ୍ବାସ୍ଥ୍ୟ କର୍ମୀ ଅଛନ୍ତି।
Intermountain Healthcareଜିଲ୍ଲାରେ କରୋନା କାୟା ମେଲାଉଥିଲାବେଳେ ସବୁଠାରୁ ଅଧିକ ସଂକ୍ରମଣ କୋରାପୁଟ ଓ ଜୟପୁର ସହରରେ ହୋଇଛି। ଲକ୍ଷ୍ମୀପୁର ବ୍ଳକରେ କିଛି ଦିନ ହେଲା ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ଆଜି କୋରାପୁଟ ପୌରାଞ୍ଚଳରୁ ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରେ ୩ ଜଣ ଡିଏନକେ କଲୋନୀ ଅଂଚଳର। ରାମନଗର ଓ ଇରିଗେସନ କଲୋନୀରୁ ଜଣେ ଲେଖାଏଁ ରହିଛନ୍ତି। କୋରାପୁଟ ବ୍ଲକରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ଘର ଡୁମୁରିଗୁଡାର ଗ୍ରାମରେ। ସୁନାବେଡା ସହରର ହାଲରୁ ଜଣେ ସଂକ୍ରମିତ ହୋଇଛନ୍ତି। ଲକ୍ଷ୍ମୀପୁର ବ୍ଲକରୁ ୯ ଜଣ ସଂକ୍ରମିତ ଆଜି ଚିହ୍ନଟ ହୋଇଛନ୍ତି। ମୀନପାଇ ଗାଁରୁ ୩ ଜଣ, ଖଜୁରୀପୁଟ ଗାଁରୁ ୨ଜଣ, ଲକ୍ଷ୍ମୀପୁରରୁ ୩ ଜଣ ଓ ଲକ୍ଷ୍ମୀପୁର ଡାକ୍ତରଖାନା ଅଂଚଳରୁ ଜଣେ କରୋନା ସଂକ୍ରମିତ ହୋଇଛନ୍ତି। ଲମତାପୁଟ ପଇବେଡା ଗାଁରୁ ଜଣେ କରୋନା ଆକ୍ରାନ୍ତ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କୁନ୍ଦୁରା ବ୍ଳକ ଅରବିନ୍ଦ ସ୍କୁଲରେ ହୋଇଥିବା ଟିଏମସିରୁ ୪ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏପଟେ ଜୟପୁର ବ୍ଲକରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରେ ଜଣେ କେନ୍ଦୁଗୁଡା ଓ ଜଣେ ଉମୁରୀ ଗ୍ରାମର। ଜୟପୁର ପୌରାଞ୍ଚଳରୁ ୧୦ ଜଣ ସଂକ୍ରମିତ ହୋଇଛନ୍ତି। ଏଥିରେ ୩ ଜଣ ଭୁପତି ସାହିର ହୋଇଥିଲାବେଳେ ୨ ଜଣ ଆଦର୍ଶନଗର ଅଂଚଳର। ଗ୍ଲୋକାଲ ଡାକ୍ତରଖାନା ପଛ ଅଂଚଳ, ଗୋପବନ୍ଧୁନଗର, ଢେପଗୁଡା, ଭୋଇ ସାହି ଓ କାପୁ ସାହିରୁ ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି। ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୧୭ ଜଣ ପୁରୁଷ ଥିଲାବେଳେ ୧୬ ଜଣ ମହିଳା ଅଛନ୍ତି।
Childrens Choice Therapyକୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଲା ପରେ ଏହି ସବୁ ଅଂଚଳକୁ କଣ୍ଟେନମେଣ୍ଟ କରାଯାଇଛି। ଅଧିକାଂଶ ସଂକ୍ରମିତ କଣ୍ଟେନମେଣ୍ଟ ଜୋନରୁ ଆସିଥିବାରୁ ଏହାର ଅବଧିକୁ ବୃଦ୍ଧି କରାଯାଇଛି। ଏପଟେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଓ ଲକ୍ଷଣ ଥିବା ଲୋକମାନଙ୍କର ସ୍ବାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ। ଏହି ରିପୋର୍ଟ ଆସିବା ପର୍ଯ୍ୟନ୍ତ ଏହି ସବୁ ଅଂଚଳ କଣ୍ଟେନମେଣ୍ଟରେ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି ଯେ, ଏବେ ଜୟପୁର, ସୁନାବେଡା ଓ କୋଟପାଡ ସହରରେ ପ୍ରତି ଘର ସର୍ଭେ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଜୟପୁର ସହରକୁ ଶନିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟଡାଉନ କରାଯାଇଛି। ଜନ ସାଧାରଣ ଆତଙ୍କିତ ନ ହୋଇ ସତର୍କ ଓ ସୁରକ୍ଷିତ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ୩୩ ଜଣ ନୂତନ ସଂକ୍ରମିତଙ୍କୁ ମିଶାଇ କୋରାପୁଟ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୧ରେ ପହଞ୍ଚିଛି। ଏମାନଙ୍କ ଭିତରୁ ୧୮୮ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି। ଜିଲ୍ଲାରୁ ୧୩,୦୯୪ ଜଣଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଏଥିରୁ ୧୨,୬୦୧ ଜଣଙ୍କର ରିପୋର୍ଟ ଆସିଛି। ୪୧୧ ଜଣଙ୍କର ରିପୋର୍ଟ ପଜିଟିଭ ରହିଥିଲାବେଳେ ବାକି ସବୁ ରିପୋର୍ଟ ନେଗେଟିଭ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/laboratory-750x470.jpg)