ଓଡ଼ିଶା ବିଧାନସଭାରେ ରହିବେ ୩୩ ପ୍ରତିଶତ ମହିଳା ସଦସ୍ୟ!

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ମହିଳା ସଂରକ୍ଷଣ ସଂକ୍ରାନ୍ତରେ ରାଜ୍ୟ ସରକାର ବଡ଼ ପ୍ରସ୍ତାବ ଆଣିଛନ୍ତି। ରାଜ୍ୟ ସରକାରଙ୍କ ଯୋଜନା ଯଦି ଠିକ୍‌ଠାକ ଚାଲେ ତା’ହେଲେ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଦସ୍ୟ ରହିବେ। ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷିତ ରହୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏଭଳି ଏକ ସଂକଳ୍ପ ପ୍ରସ୍ତାବ ଆଣିଛନ୍ତି। ମହିଳା ସଶକ୍ତିକରଣକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସଙ୍କଳ୍ପକୁ ସର୍ବସମ୍ମତିକ୍ରମେ ପାରିତ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ସଂକଳ୍ପ ପ୍ରସ୍ତାବ ପାରିତ ହେବା ପରେ କେନ୍ଦ୍ରକୁ ପଠାଯିବ।

ସମ୍ବନ୍ଧିତ ଖବର