ନବୀନଙ୍କ ମହିଳା କାର୍ଡ଼: କଂଗ୍ରେସ, ବିଜେପି ଉପରେ ଚାପ

ଭୁବନେଶ୍ବର : ବିଜେପି ଓ କ˚ଗ୍ରେସକୁ ଅଡ଼ୁଆରେ ପକାଇଛି ନବୀନଙ୍କ ମହିଳା କାର୍ଡ। ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଧାନସଭା ଓ ସ˚ସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସ˚ରକ୍ଷଣ ବ୍ୟବସ୍ଥା କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଯାନ ପରେ ସକ୍ରିୟ ରାଜନୀତିରେ ଭାଗ ନେବାପାଇଁ ମହିଳାଙ୍କ ମଧ୍ୟରେ ଆଶା ଓ ଉତ୍ସାହ ସୃଷ୍ଟି ହୋଇଛି। ଏହା ବିଜେଡି ସହ ଅନ୍ୟ ଦୁଇ ପ୍ରମୁଖ ରାଜନୈତିକ ଦଳଙ୍କୁ ଚାପରେ ପକାଇଛି। ଅଧିକ ସ˚ଖ୍ୟକ ମହିଳା ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ଆଗ୍ରହ ପ୍ରକାଶ କରୁଥିବାରୁ ପ୍ରାର୍ଥୀ ଚୟନ ନେଇ ଚାପରେ ରହିବେ ଦଳୀୟ ନେତୃତ୍ବ।

ବିଧାନସଭା ଓ ସ˚ସଦରେ ୩୩ ପ୍ରତିଶତ ସ୍ଥାନ ସ˚ରକ୍ଷଣ ବ୍ୟବସ୍ଥା କରିବା ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ଏକ ସର୍ବସମ୍ମତ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହ କ୍ରମେ ଗତ ନଭେମ୍ବର ୨୧ ତାରିଖରେ ଓଡ଼ିଶା ବିଧାନସଭାରେ ଗୃହୀତ ହୋଇଥିଲା। ସ˚ସଦରେ ଏଥିପାଇଁ ଏକ ବିଧେୟକ ଗୃହୀତ କରେଇବା ଲାଗି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ସମସ୍ତ ଜାତୀୟ ଓ ଆଞ୍ଚଳିକ ଦଳକୁ ଅନୁରୋଧ କରି ପତ୍ର ଲେଖିଥିଲେ। ମୁଖ୍ୟମନ୍ତ୍ରୀଙ୍କର ଏହି ଉଦ୍ୟମର ପ୍ରଭାବ ସ୍ବାଭାବିକ ଭାବେ ରାଜ୍ୟର ମହିଳାଙ୍କ ଉପରେ ପଡ଼ିଛି।

ବିଜୁ ଜନତା ଦଳର ମହିଳା ସାମ୍ମୁଖ୍ୟର ସଭାନେତ୍ରୀ ମିନତି ବେହେରାଙ୍କ କହିବା ଅନୁଯାୟୀ ଏହା କେବଳ ବିଜେଡ଼ିରେ ନୁହେଁ, ବର˚ ରାଜ୍ୟର ସମଗ୍ର ନାରୀ ସମାଜ ମଧ୍ୟରେ ଏକ ନୂତନ ଜାଗରଣ ଆଣିଛି। ଆମେ ଆଶା ରଖିଛୁ, ନବୀନବାବୁ ନିଶ୍ଚିତ ଭାବେ ଏଥିର ନିର୍ବାଚନରେ ମହିଳାମାନଙ୍କୁ ଅଧିକ ଦଳୀୟ ଟିକେଟ ଦେବେ। ତେବେ ଆଖିବୁଜା ନୁହେଁ, ବିଜୟ ସମ୍ଭାବନାକୁ ଦୃଷ୍ଟିରେ ରଖି ଯୋଗ୍ୟ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେବେ ବୋଲି ଶ୍ରୀମତୀ ବେହେରା କହନ୍ତି।

ଆଗାମୀ ନିର୍ବାଚନରେ କ˚ଗ୍ରେସ ଦଳ ପକ୍ଷରୁ ଅଧିକ ମହିଳାଙ୍କୁ ଟିକେଟ ଦିଆଯିବ ବୋଲି ପ୍ରଦେଶ ମହିଳା କ˚ଗ୍ରେସ ଅଧ୍ୟକ୍ଷା ସୁମିତ୍ରା ଜେନା ଆଶା ରଖିଛନ୍ତି। ‘‘ଆମେ ତ ନିଶ୍ଚେ ମହିଳାଙ୍କୁ ଅଧିକ ଟିକେଟ ଦେବା ପାଇଁ ଦାବି କରିବୁ। ତା’ ଛଡ଼ା ଦଳର ହାଇକମାଣ୍ତ ମଧ୍ୟ ଏଥିପାଇଁ ଆଗ୍ରହୀ। ରାଜୀବ ଗାନ୍ଧୀ ସରକାର ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସ˚ରକ୍ଷଣ ଲାଗି ସମ୍ବିଧାନ ସ˚ଶୋଧନ କରାଇଥିଲେ। ସୋନିଆଜୀ ଓ ରାହୁଲଜୀ ମଧ୍ୟ ଏହି ପ୍ରକ୍ରିୟାକୁ ବିଧାନସଭା ଓ ସ˚ସଦକୁ ସ˚ପ୍ରସାରିତ କରିବା ଲାଗି ଚାହାନ୍ତି ବୋଲି ଶ୍ରୀମତୀ ଜେନା କହନ୍ତି।

ଅନ୍ୟପକ୍ଷରେ ବିଜେପିର ମତ ଯେ ନବୀନ ପଟ୍ଟନାୟକ ଓ ତାଙ୍କ ଦଳ କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ମହିଳା ଭୋଟ ହାତେଇବା ଲାଗି ୩୩ ପ୍ରତିଶତ ସ୍ଥାନ ସ˚ରକ୍ଷଣ ପ୍ରସଙ୍ଗ ଉଠାଉଛନ୍ତି। କିନ୍ତୁ ପ୍ରକୃତରେ ଦଳୀୟ ସ˚ଗଠନରେ ମହିଳା ପ୍ରତିନିଧିତ୍ବ ଖୁବ୍‌ କମ୍‌। ଅନ୍ୟପକ୍ଷରେ ଆମ ଦଳର ସା˚ଗଠନିକ ପଦପଦବିରେ ମହିଳାଙ୍କ ବେଶ୍‌ ପ୍ରତିନିଧିତ୍ବ ରହିଛି ଏବ˚ ଯୋଗ୍ୟତା ଓ ସା˚ଗଠାନିକ ଦକ୍ଷତା ବଳରେ ମହିଳାମାନେ ଏସବୁ ପଦପଦବି ହାସଲ କରିଛନ୍ତି ବୋଲି କହନ୍ତି ବିଜେପି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା। ଆମେ ମହିଳାଙ୍କୁ ୩୩ ପ୍ରତିଶତ ଦଳୀୟ ଟିକେଟ ଦେବା ପାଇଁ ଦାବି କରିବୁ ନାହିଁ। ତେବେ ଆମ ଦଳରେ ବହୁ ଯୋଗ୍ୟ ମହିଳା ନେତୃତ୍ବ ଅଛନ୍ତି ଯେଉଁମାନେ ଆପଣାଛାଏଁ ଦଳୀୟ ଟିକେଟ ପାଇବେ ବୋଲି ଶ୍ରୀମତୀ ପରିଡ଼ା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

ବିଜୁ ମହିଳା ଜନତା ଦଳର ମତ ଯେ, ମହିଳା ସଶକ୍ତିକରଣ ପାଇଁ ଦଳ ସବୁଠି ବେଶି ଶ୍ରେୟ ପାଇବ। ‘‘ମହିଳା ସଶକ୍ତିକରଣ ଉପରେ ଆମ ଦଳ ସବୁବେଳେ ଗୁରୁତ୍ବ ଦେଇ ଆସିଛି। ପଞ୍ଚାୟତିରାଜ ଅନୁଷ୍ଠାନରେ ମହିଳାଙ୍କ ପାଇଁ ସ୍ଥାନ ସ˚ରକ୍ଷଣ ବ୍ୟବସ୍ଥା ଲାଗୁ କରିବାରେ ବିଜୁବାବୁ ଅଗ୍ରଣୀ ଥିଲେ। ତାଙ୍କ ସୁପୁତ୍ର ନବୀନବାକୁ ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରିବା ସ˚ଗେ ସ˚ଗେ ସ˚ସଦ ଓ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ସ˚ରକ୍ଷଣ ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି। ଆମ ଦଳ ତ ଅଧିକ ମହିଳାଙ୍କୁ ଟିକେଟ ଦେବ, ଏହା ମଧ୍ୟ ଅନ୍ୟ ଦଳ ଉପରେ ନୈତିକ ଚାପ ପକାଇବ ବୋଲି ଦଳର ସଭାନେତ୍ରୀ ଶ୍ରୀମତୀ ବେହେରା ମତ ଦିଅନ୍ତି। ତେବେ ଅନ୍ୟ ଦଳ ଏତେ ସ˚ଖ୍ୟକ ମହିଳା ପ୍ରତିଦ୍ବନ୍ଦ୍ବୀ ପାଇବେ ନାହିଁ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

ତେବେ ବିଭିନ୍ନ ଦଳର ଦାବି ପ୍ରତିଦାବି ଯାହା ହେଉନା କାହିଁକି,ସ˚ସଦ ଓ ରାଜ୍ୟ ବିଧାନସଭାରେ ଓଡ଼ିଶାର ମହିଳା ପ୍ରତିନିଧିତ୍ବ ଅତ୍ୟନ୍ତ ନଗଣ୍ୟ। ଚଳିତ ବିଧାନସଭାରେ ମାତ୍ର ୧୨ ଜଣ ବିଧାୟିକା ଅଛନ୍ତି। ଆଉ ସ˚ସଦରେ ଓଡ଼ିଶାରୁ ଅଛନ୍ତି ମାତ୍ର ୪ ଜଣ ମହିଳା ପ୍ରତିନିଧି (ଲୋକସଭା-୩, ରାଜ୍ୟସଭା-୧)।

ସ˚ପ୍ରତି ୧୪୭ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ୧୦ ପ୍ରତିଶତରୁ କମ୍‌ ମହିଳା ପ୍ରତିନିଧିତ୍ବ କରୁଛନ୍ତି। ସେମାନଙ୍କ ମଧ୍ୟରୁ ବିଜେଡ଼ିର ୧୧ ଜଣ ଓ ବିଜେପିର ମାତ୍ର ଜଣେ। ୨୦୧୪ ନିର୍ବାଚନରେ ୧୧ ଜଣ ମହିଳା ବିଧାନସଭାକୁ ଆସିଥିବା ବେଳେ ଗତବର୍ଷ ବିଜେପୁରରୁ ରୀତାରାଣୀ ସାହୁ ଏକ ଉପନିର୍ବାଚନରେ ବିଜୟୀ ହୋଇଛନ୍ତି।

୨୦୧୪ରେ ମୋଟ ୧୪୨୦ ପ୍ରାର୍ଥୀଙ୍କ ମଧ୍ୟରୁ ୧୧୭ ଜଣ ମହିଳା ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିଲେ ଏବ˚ ସେମାନଙ୍କ ମଧ୍ୟରୁ ମାତ୍ର ୧୧ ଜଣ ବିଜୟୀ ହୋଇଥିଲେ। ୨୦୦୯ରେ ୧୨୯ ଜଣ ମହିଳା ପ୍ରତିଦ୍ବନ୍ଦ୍ବିିତା କରିଥିଲେ ଏବ˚ ମାତ୍ର ୬ ଜଣ ସଫଳତା ହାସଲ କରିଥିଲେ।

ପ୍ରଥମ ବିଧାନସଭା ନିର୍ବାଚନରୁ ବର୍ତ୍ତମାନ ପର୍ଯ୍ୟନ୍ତ ପର୍ଯ୍ୟାଲୋଚନା କଲେ ଦେଖାଯାଏ ଯେ ଗୃହରେ ମହିଳା ପ୍ରତିନିଧିତ୍ବ ୧୦ ପ୍ରତିଶତ ମଧ୍ୟ ଛୁଇଁ ନାହିଁ। ୧୯୫୨ ନିର୍ବାଚନରେ ମାତ୍ର ୩ ଜଣ ମହିଳା (୨.୧୪ ପ୍ରତିଶତ)ବିଧାନସଭାକୁ ଆସିଥିଲା ବେଳେ ୧୯୫୭ରେ ୫ (୩.୫୭ ପ୍ରତିଶତ) ,୧୯୬୧-୪(୨.୮୫ ପ୍ରତିଶତ),୧୯୬୭-୫(୩.୫୭ ପ୍ରତିଶତ) ମହିଳା ଗୃହକୁ ନିର୍ବାଚିତ ହୋଇଥିଲେ। ୧୯୭୧ରେ ଏହି ସ˚ଖ୍ୟା ୧(୦.୭୧ ପ୍ରତିଶତ)କୁ ଖସି ଆସିଥିଲା। ୧୯୭୪ରେ ବିଧାନସଭାର ସଭ୍ୟ ସ˚ଖ୍ୟା ୧୪୦ ରୁ ୧୪୭କୁ ବୃଦ୍ଧି ପାଇଥିବା ବେଳେ ବିଧାୟିକାଙ୍କ ସ˚ଖ୍ୟା ବିଶେଷ ବଢ଼ି ନ ଥିଲା।

୧୯୭୪ରେ ମାତ୍ର ୪ ଜଣ ବିଧାୟିକା (୨.୭୨ ପ୍ରତିଶତ) ନିର୍ବାଚିତ ହୋଇଥିବା ବେଳେ ୧୯୭୭-୭(୪.୭୬ ପ୍ରତିଶତ),୧୯୮୦-୫(୩.୪ ପ୍ରତିଶତ) ୧୯୮୫-୮(୫.୪୪ ପ୍ରତିଶତ), ୧୯୯୦-୯(୬.୧୨ ପ୍ରତିଶତ),୧୯୯୫-୧୦ (୬.୮ ପ୍ରତିଶତ), ୨୦୦୦-୧୪(୯.୫୨ ପ୍ରତିଶତ), ୨୦୦୪-୧ ୧(୭.୪୮ ପ୍ରତିଶତ), ୨୦୦୯-୬(୪.୦୮ ପ୍ରତିଶତ) ଏବ˚ ୨୦୧୪ରେ ୧୧ (୮.୧୬ ପ୍ରତିଶତ) ମହିଳା ଗୃହକୁ ଆସିଥିଲେ।

ଚଳିତ ଲୋକସଭାରେ ଓଡ଼ିଶାରୁ ମାତ୍ର ୩ ଜଣ ମହିଳା ପ୍ରତିନିଧିତ୍ବ କରୁଛନ୍ତି। ୨୦୧୪ ଲୋକସଭା ନିର୍ବାଚନରେ ଶକୁନ୍ତଳା ଲାଗୁରୀ (କେଉଁଝର)ଏବ˚ ରୀତା ତରାଇ(ଯାଜପୁର) ନିର୍ବାଚିତ ହୋଇଥିବା ବେଳେ ପରବର୍ତ୍ତୀ କାଳରେ କନ୍ଧମାଳ ଆସନରୁ ପ୍ରତ୍ୟୁଷା ରାଜେଶ୍ବରୀ ସି˚ହ ଏକ ଉପନିର୍ବାଚନରେ ବିଜୟୀ ହୋଇଥିଲେ। ରାଜ୍ୟସଭାରେ ଓଡ଼ିଶାକୁ ମାତ୍ର ଜଣେ ମହିଳା ସରୋଜିନୀ ହେମ୍ବ୍ରମ ପ୍ରତିନିଧିତ୍ବ କରୁଛନ୍ତି।

ଏହି ପରିପ୍ରେକ୍ଷୀରେ ଆଗାମୀ ସାଧାରଣ ନିର୍ବାଚନରେ ମହିଳା ପ୍ରତିନିଧିତ୍ବ କେତେ ଦୂର ବୃଦ୍ଧି ପାଉଛି, ତାହା ଦେଖବାର କଥା।

ସମ୍ବନ୍ଧିତ ଖବର