ଖରାରେ ଭୋଜି: ୩୩ ଅସୁସ୍ଥ

କର୍ଲାମୁଣ୍ଡାରେ ୨୦ରୁ ଅଧିକ, ବୌଦ୍ଧରେ ୨ଶିଶୁ ସମେତ ୧୩

କର୍ଲାମୁଣ୍ଡାରେ ୨୦ରୁ ଅଧିକ

କର୍ଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍‌ ରାଜପୁର ଗ୍ରାମରେ ଏକ ବାହାଘର ଭୋଜି ଖାଇ ୨୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ ଆଜି ରାଜପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଝିଅ ବାହାଘର ଥିଲା। ସେଠାରେ ଭୋଜି ଖାଇବା ପରେ ୨୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ କର୍ଲାମୁଣ୍ଡା ସିଏଚ୍‌ସିରେ ଭର୍ତ୍ତି କରାଯାଇଛି। ଅସୁସ୍ଥଙ୍କ ମଧ୍ୟରେ ଅନେକ ଶିଶୁ ରହିଥିବା ଜଣାପଡ଼ିଛି।

ବୌଦ୍ଧରେ ୨ଶିଶୁ ସମେତ ୧୩

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ କ୍ରମାଗତ ୩ ଦିନ ହେଲା ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ରବିବାର ବେସରକାରୀ ଅନୁସାରେ ପ୍ରାୟ ୪୫ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିବା ଜଣାଯାଇଛି। ଏଭଳି ସ୍ଥିତିରେ ବୌଦ୍ଧ ଉପକଣ୍ଠ ଅଞ୍ଚଳରେ ବିଭିନ୍ନ ବାହାଘର ଭୋଜି ଖାଇ ୨ଜଣ ଶିଶୁ ସମେତ ପ୍ରାୟ ୧୩ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବୌଦ୍ଧ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛି ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟମାନେ ଚିକିତ୍ସାଧୀନ ରହିଛନ୍ତି। ସେମାନେ ବୌଦ୍ଧ ସମେତ ଲଣ୍ଡାବେର୍ଣ୍ଣି, ହେଲେଇ, ରତନପୁର ଅଞ୍ଚଳର ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର