୭ମ ବାଟାଲିଅନ୍‌ରୁ ୧୩ ଜଣଙ୍କ ସମେତ ଭୁବନେଶ୍ୱରରୁ ୩୩୨ କରୋନା ପଜିଟିଭ୍‌ ଚିହ୍ନଟ

ସ୍ଥାନୀୟ ସଂକ୍ରମଣ ୧୫୯ ଜଣ, ସୁସ୍ଥ ହେଲ ୧୬୩ ଆକ୍ରାନ୍ତ

ଭୁବନେଶ୍ୱର: ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ୭ମ ବାଟାଲିଅନ୍‌ରୁ ୧୩ ଜଣ ଓ ଝାରପଡ଼ା ଜଗନ୍ନାଥ ନଗରରୁ ୧୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଭୁବନେଶ୍ୱରରୁ ମୋଟ୍‌ ଆଜି ୩୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୧୭୩ ଜଣ ଓ ସ୍ଥାନୀୟ ଅଂଚଳରୁ ୧୫୯ ଜଣ ଅଛନ୍ତି। ସଂଗରୋଧରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଣଙ୍କର ଯାତ୍ରା ବିବରଣୀ ଥିବା ବେଳେ ଅନ୍ୟମାନେ ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି। ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଏପର୍ଯ୍ୟନ୍ତ ମୋଟ୍‌ ୭୯୩୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୪୭୨୬ ଜଣ ସୁସ୍ଥ ହୋଇଥିବା ବେଳେ ୩୧୬୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କିନ୍ତୁ ୩୪ ଜଣଙ୍କର ମୃତ୍ୟୁ ହୋଇଛି।

 ଭୁବନେଶ୍ୱରରେ ଏପର୍ଯ୍ୟନ୍ତ ମୋଟ୍‌ ୭୯୩୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୪୭୨୬ ଜଣ ସୁସ୍ଥ ହୋଇଥିବା ବେଳେ ୩୧୬୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କିନ୍ତୁ ୩୪ ଜଣଙ୍କର ମୃତ୍ୟୁ ହୋଇଛି।

ଆଜି ସାଲିଆ ସାହି ଆଦିବାସୀ ଗାଁ, କଳିଙ୍ଗ ନଗର, ନୟାପଲ୍ଲୀରୁ ୪ ଜଣ ଲେଖାଏଁ, ଡୁମଡୁମା ସୁବାଷ ନଗର, ବରମୁଣ୍ଡା, ଆଇଆରସି ଭିଲେଜ, ସତ୍ୟନଗର କାଳୀମନ୍ଦିର ରୋଡ, ଭରତପୁର, ମଧୁସୂଦନ ନଗରରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନିଳାଦ୍ରୀ ବିହାର, ଘାଟିକିଆ, ଖାରବେଳ ନଗର, ଜାଗମରା ଓ ବିଡିଏ କଲୋନିରୁ ୩ ଜଣ ଲେଖାଏଁ, କଳିଙ୍ଗ ବିହାର, ନୟାପଲ୍ଲୀ, ନୟାପଲ୍ଲୀ ବେହେରା ସାହି, ନିଳାଦ୍ରୀ ବିହାର ସରସ୍ୱତୀ ଶିଶୁ ମନ୍ଦିର ନିକଟ, ବରମୁଣ୍ଡା ମହାବୀର ବସ୍ତି, ସାଲିଆ ସାହିରୁ ୨ ଜଣଙ୍କ ସମେତ ମୋଟ ୧୫୯ ଜଣ ଲୋକ ସ୍ଥାନୀୟ ସଂକ୍ରମଣ ଯୋଗୁଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ଭୁବନେଶ୍ୱରରରୁ ମୋଟ୍‌ ୧୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ପଟିଆ ବିଗବିଜାରର ୧୨ ଜଣ ଓ ନୟାପଲ୍ଲୀରୁ ୧୪ ଜଣ ଅଛନ୍ତି। ସେହିପରି ୟୁନିଟ-୮ ସରକାରୀ ହାଇସ୍କୁଲ ଅଂଚଳରୁ ଓ ବୁଦ୍ଧନଗରରୁ ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହା ଫଳରେ ଭୁବନେଶ୍ବରରେ ମୋଟ ସୁସ୍ଥଙ୍କ ସଂଖ୍ୟା ୪୭୨୬ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର