ଭୁବନେଶ୍ବର: ଆଜି ରାଜ୍ୟରେ ୩୩୨୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୯୪୫ ଓ ସ୍ଥାନୀୟ ଅଞ୍ଚଳରୁ ୧୩୧୮ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୩୨ ହଜାର ୭୧୩କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
22. Mayurbhanj: 131
23. Nawarangpur: 61
24. Nayagarh: 61
25. Nuapada: 147
26. Puri: 140
27. Rayagada: 53
28. Sambalpur: 107
29. Sonepur: 25
30. Sundargarh: 93
31. State Pool: 149New Recovery: 4066
Cumulative Tested: 3440835
Positive: 232713
Recovered: 198194
Active Cases: 33559— I & PR Department, Odisha (@IPR_Odisha) October 4, 2020
ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆଜି କେତେଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୩୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୨୬୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୬୧, ଗଞ୍ଜାମ ଜିଲ୍ଲାରୁ ୫୭, ବଲାଙ୍ଗୀର ଜିଲ୍ଲାରୁ ୧୦୩, ବାଲେଶ୍ବର ଜିଲ୍ଲାରୁ ୧୨୨, କୋରାପୁଟ ଜିଲ୍ଲାରୁ ୪୫, ଭଦ୍ରକ ୩୬, ରାୟଗଡ଼ା ଜିଲ୍ଲାରୁ ୫୩, ପୁରୀ ଜିଲ୍ଲାରୁ ୧୪୦, ସୁନ୍ଦରଗଡ଼ ଜିଲ୍ଲାରୁ ୯୩, ଜଗତସିଂହପୁର ଜିଲ୍ଲାରୁ ୮୦, ସମ୍ବଲପୁର ଜିଲ୍ଲାରୁ ୧୦୭, କଳାହାଣ୍ଡି ଜିଲ୍ଲାରୁ ୭୭, ଯାଜପୁର ଜିଲ୍ଲାରୁ ୧୪୮, କନ୍ଧମାଳ ଜିଲ୍ଲାରୁ ୬୦, କେନ୍ଦ୍ରାପଡ଼ା ଜିଲ୍ଲାରୁ୧୦୩, ମାଲକାନଗିରି ଜିଲ୍ଲାରୁ ୧୯, ଗଜପତି ଜିଲ୍ଲାରୁ ୨୨, ମୟୂରଭଞ୍ଜ ଜିଲ୍ଲାରୁ ୧୩୧ , ଝାରସୁଗୁଡ଼ା ଜିଲ୍ଲାରୁ ୧୦୭, ଢେଙ୍କାନାଳ ଜିଲ୍ଲାରୁ ୮୫, ନବରଙ୍ଗପୁର ଜିଲ୍ଲାରୁ ୬୧, କେନ୍ଦୁଝର ଜିଲ୍ଲାରୁ ୧୦୧, ସୁବର୍ଣ୍ଣପୁର ଜିଲ୍ଲାରୁ ୨୫, ଅନୁଗୁଳ ଜିଲ୍ଲାରୁ ୧୧୯, ବରଗଡ଼ ଜିଲ୍ଲାରୁ ୯୪, ନୂଆପଡ଼ା ଜିଲ୍ଲାରୁ ୧୪୭, ଦେବଗଡ଼ରୁ ୨୧ ଓ ବୌଦ୍ଧ ଜିଲ୍ଲାରୁ ୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୧୪୯ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏଣେ ଆଜି କରୋନାରେ ୧୫ଜଣଙ୍କର ମୃତ୍ୟୁ ଘଟିଛି।
ଏବେ ରାଜ୍ୟରେ ମୋଟ୍ ୧,୯୮,୧୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩,୫୫୯ ରହିଛି।