ରାଉରକେଲା: ମାତ୍ର ଦିନକର ବ୍ୟବଧାନପରେ ଆଜି ପୁଣି ଦେଶୀ ମଦ ବେପାରି ବନ୍ଧା ହେବା ସହ ମଦ ଓ ମହୁଲ ପୋଚ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ରେଲାପୋଷର ମହେଶ ସିଂହ, ସେଲା ସିଂହ, ରୂପୁଟୋଲାର ସାଗର ସୋରେଙ୍ଗ ଓ କିଶୋର କିଶାନ। ଅଭିଯୁକ୍ତମାନଙ୍କ ପାଖରୁ ୩୩୫ ଲିଟର ଦେଶୀ ମଦ ଓ ୮୭୩୦ କେଜି ମହୁଲ ପୋଚ ଜବତ କରାଯାଇଛି। ପ୍ରକାଶଥାଉକି, ଆଜି ପୂର୍ବାହ୍ନରେ ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ବିଭାଗୀୟ କର୍ମଚାରୀ ରୂପୁଟୋଲା, ଦହିଟୋଲା, ରେଲାପୋଷ ଅଞ୍ଚଳରେ ଚଢ଼ଉ କରିଥିଲେ। ଚଢ଼ଉରେ ଏପିଆର୍ ଫୋର୍ସ ମଧ୍ୟ ସାମିଲ ଥିଲେ। ଚଢ଼ଉବେଳେ ଦେଶୀ ମଦ ତିଆରିରେ ବ୍ୟସ୍ତ ଥିବା ୪ ଜଣ ଅଭିଯୁକ୍ତଙ୍କୁ କାବୁ କରିନେଇଥିଲେ। ତେବେ ପୁଲିସର ଚଢ଼ଉ ପୂର୍ବରୁ ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲେ।
ପୁଣି ବନ୍ଧାହେଲେ ୪ ଦେଶୀ ମଦ ବେପାରି; ୩୩୫ ଲିଟର ଦେଶୀ ମଦ, ୮୭୩୦ କେଜି ମହୁଲ ପୋଚ ଜବତ
/sambad/media/post_attachments/wp-content/uploads/2022/09/4a0bf84f-09fb-4154-8a81-f9cc74d866a8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)