କୋରାପୁଟରେ ୩୩୮ ରୋଗୀ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି

କୋରାପୁଟ: ପ୍ରଥମ ଥର ପାଇଁ ତିନିଶହ ଛୁଇଁଛି କୋରାପୁଟ ଜିଲ୍ଲାର କରୋନା ରିପୋର୍ଟ। ପ୍ରଥମ ଲହରରେ ଜିଲ୍ଲାରେ କେବେ ଏତେ ସଂଖ୍ୟାରେ ପିଜିଟିଭ ଚିହ୍ନଟ ହୋଇ ନ ଥିବାବେଳେ ଦ୍ବିତୀୟ ଲହରରେ ଏହା ସମ୍ଭବ ହୋଇଛି। କୋରାପୁଟ ଜିଲ୍ଲାରୁ ଆଜି ୩୩୮ଜଣ ରୋଗୀଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ସେଥିରେ ୨୧୨ଜଣ ପୁରୁଷ ଓ ୧୨୬ଜଣ ମହିଳା ରହିଛନ୍ତି। ଏହାସହ ଆଜି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା କୋରାପୁଟ ଜିଲ୍ଲାପ୍ରଶାସନ ସୂଚନା ଦେଇଛି।

ଆଜିର ମୃତ୍ୟୁକୁ ମିଶାଇ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି। ଜୟପୁର ପୌରପାଳିକାରେ ୫୯, କୋରାପୁଟରେ ୩୪, କୋଟପାଡରେ ୬ ଜ‌ଣ, ସୁନାବେଢା ପୌରପାଳିକାରେ ୧୯ଜଣ, ବନ୍ଧୁଗାଁରେ ୬, ବୈପାରିଗୁଡାରେ ୧୦ ଜଣ, ବୋରିଗୁମ୍ମାରେ ୧୦, ଦଶମନ୍ତପୁରରେ ୧୭, ଜୟପୁର ବ୍ଲକରେ ୩୧, କୋରାପୁଟରେ୨୦, କୋଟପାଡରେ୮, ଲମତାପୁଟରେ ୨୬, ଲକ୍ଷ୍ମୀପୁରରେ ୧୧, ନନ୍ଦପୁରରେ ୯, ନାରାୟଣପାଟଣାରେ୧୧, ପଟାଙ୍ଗୀରେ ୮ ଓ ସେମିଳିଗୁଡାରେ ୪ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏବେ ଯାଏ ଜିଲ୍ଲାରେ ୧୨,୦୦୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୧୯୨ ଜଣ ରୋଗୀ କରୋନା ସହ ଲଢୁଛନ୍ତି।

ସମ୍ବନ୍ଧିତ ଖବର