କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ୩୩ ଜଣ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୨୧କୁ ବୃଦ୍ଧି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ୩୩ଜଣ କଣ୍ଟାକ୍ଟ ଟ୍ରେସିଂ ମାଧ୍ୟମରେ କରୋନା ପଜିଟିଭ ଚିହ୍ନଟ ହେବା ଘଟଣା ସାଧାରଣରେ ଚାଞ୍ଚଲ୍ୟ ଖେଳିଯାଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବେଦାନ୍ତ ଟାଉନସିପରେ ୧୩ ଜଣ, ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ପଞ୍ଚାୟତରେ ଜଣେ, ଭବାନୀପାଟଣାରେ ୬ ଜଣ, ନର୍ଲା କଣ୍ଟେନମେଣ୍ଟ ଜୋନରେ ୪ ଜଣ, ଭବାନୀପାଟଣା ସହରାଞ୍ଚଳ ସଙ୍ଗରୋଧ କେନ୍ଦ୍ରରେ ୨ ଜଣ କୋଭିଡ ଯୋଦ୍ଧା, ଭବାନୀପାଟଣାରେ ଜଣେ ପୁଲିସ କର୍ମଚାରୀ ଓ ଧର୍ମଗଡ଼ରେ ୩ ଜଣ ପୁଲିସ କର୍ମଚାରୀ, କେସିଙ୍ଗା ବ୍ଲକର ସଙ୍ଗରୋଧ କେନ୍ଦ୍ରରେ ୨ଜଣ ଓ ମଦନପୁର ରାମପୁର ଅଞ୍ଚଳରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛିନ୍ତି। ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଭବାନୀପାଟଣା ସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜିର ଏହି ୩୩ଜଣଙ୍କୁ ମିଶାଇ କଳାହାଣ୍ଡି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୨୧କୁ ବୃଦ୍ଧି ହୋଇଛି । ଆଜି ଧର୍ମଗଡ଼ ଏନଏସିକୁ ପ୍ରଶାସନ ପକ୍ଷରୁ ୧୨ ଘଣ୍ଟିଆ ସଟଡ଼ାଉନ ଘୋଷଣା କରି ସ୍କ୍ରିନିଂ ଓ ଟେଷ୍ଟିଂ କରାଯାଇଥିଲା ।

ସମ୍ବନ୍ଧିତ ଖବର