୩୪ଟି ଗେଟ ଦେଇ ହୀରାକୁଦ ନଦୀବନ୍ଧରୁ ଜଳ ନିଷ୍କାସନ ଜାରି

ଭୁବନେଶ୍ୱର : ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ କମିବା ସହ ରାଜ୍ୟରେ ବନ୍ୟା ପରିସ୍ଥିତିରେ ସାମାନ୍ୟ ଉନ୍ନତି ଆସିଛି । ଏହା ସତ୍ତ୍ୱେ କେତେକ ଅଞ୍ଚଳରେ ବନ୍ୟା ସ୍ଥିତି ଏବେ ବି ଚିନ୍ତାଜନକ ରହିଛି ।

ମିଳିଥିବା ସୂଚନା ଅନୁସାରେ ହୀରାକୁଦ ଜଳଭଣ୍ଡାରରୁ ଏବେ ୩୪ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଏବେ ଘଣ୍ଟାପ୍ରତି ୪ ଲକ୍ଷ ୭୪ ହଜାର ୬୮୯ କ୍ୟୁସେକ ଜଳ ଡ୍ୟାମକୁ ପ୍ରବେଶ କରୁଥିବାବେଳେ ପ୍ରାୟ ୫ ଲକ୍ଷ ୯୩ ହଜାର ୩୯୫ କ୍ୟୁସେକ ଜଳ ସ୍ଲୁଇସ ଗେଟ ଦେଇ ନିଷ୍କାସିତ ହେଉଛି ।
ସେହିପରି କଟକ ଜିଲ୍ଲାରୁ ମୁଣ୍ଡୁଳି ବ୍ୟାରେଜ ଦେଇ ଘଣ୍ଟାପ୍ରତି ପ୍ରାୟ ୧୦ ଲକ୍ଷ ୨୬ ହଜାର ୨୧୮ କ୍ୟୁସେକ ଜଣ ନିଷ୍କାସିତ ହେଉଛି ବୋଲି ରାଜ୍ୟ ଜଳସଂପଦ ବିଭାଗ ସୁତ୍ରରୁ ଜଣାପଡ଼ିଛି ।
ତେବେ ରାଜ୍ୟର ଅନେକ ସ୍ଥାନରେ ବନ୍ୟାସ୍ଥିତି ଏବେ ବି ଚିନ୍ତାଜନକ ରହିଥିବାବେଳେ ଆଜିଠାରୁ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହା ଫଳରେ ବନ୍ୟା ପରିସ୍ଥିତି ପୁଣି ଗୁରୁତର ହେବାର ଆଶଙ୍କା ରହିଛି । ଆହୁରି ମଧ୍ୟ ଆଗକୁ ପୂର୍ଣ୍ଣିମା ଥିବାରୁ ସମୁଦ୍ରକୁ ଜଳ ନିଷ୍କାସନରେ ସମସ୍ୟା ହେଉଛି । ତେବେ ଆସନ୍ତା ୪ ଦିନରେ ବନ୍ୟା ସ୍ଥିତି ସ୍ୱାଭାବିକ ହେବ ବୋଲି ରାଜ୍ୟ ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି ।

ସମ୍ବନ୍ଧିତ ଖବର