ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଅମ୍ଫାନ’ ଯୋଗୁଁ ରାଜ୍ୟର ୩୪ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି। ଶକ୍ତି ସଚିବ ବିଷ୍ଣୁପଦ ସେଠୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାତ୍ୟା ଯୋଗୁଁ ଓଡ଼ିଶାର ଲୋକେ ପ୍ରଭାବିତ ହୋଇଛନ୍ତି। ମୋଟ ୩୪ ଲକ୍ଷ ଉପଭୋକ୍ତାଙ୍କ ମଧ୍ୟରୁ ନେସ୍କୋ ଅଧିନରେ ଥିବା ୧୫ ଲକ୍ଷ ଉପଭୋକ୍ତା, ସେସୁର ଅଧିନରେ ଥିବା ୧୭ ଲକ୍ଷ ଉପଭୋକ୍ତା ଏବଂ ସାଉଥକୋ ଅଧିନରେ ଥିବା ୧ ଲକ୍ଷ ୬୦ ହଜାର ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି। ଶ୍ରୀ ସେଠୀ କହିଛନ୍ତି ଯେ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଅଧିକାଂଶ ବିଦ୍ୟୁତ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି।
ତେବେ ସାଉଥକୋ ଅଞ୍ଚଳରେ କ୍ଷତି ହୋଇଥିବା ବିଦ୍ୟୁତ ଜନିତ ସମସ୍ୟାର ସମାଧାନ ହୋଇସାରିଛି ବୋଲି ଶ୍ରୀ ସେଠୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଟୁଇନସିଟି ଭୁବନେଶ୍ୱର ଓ କଟକରେ ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ ସରହବରାହ ହୋଇସାରିଛି। ହସ୍ପିଟାଲ, ପାନୀୟ ଜଳ ପକଳ୍ପ ଓ ସରକାରୀ କାର୍ଯ୍ୟାଳୟକୁ ଆଗାମୀ ୧୨ ଘଣ୍ଟା ମଧ୍ୟରେ ବିଦ୍ୟୁତ ସଂଯୋଗ କରାଯିବା କାମ ଶେଷ ହେବ। ସେ କହିଛନ୍ତି, ବିଦ୍ୟୁତ ଜନିତ ସମସ୍ୟା ପାଇଁ କଣ୍ଟ୍ରୋଲ ରୁମ ଖୋଲାଯାଇଛି।
ଦେଶରେ କୋଭିଡ-୧୯ ସମସ୍ୟା ଆସିବା ପରେ ଲୋକବଳ କମିଛି। ନେସକୋ ଓ ସେସୁ ପାଇଁ ଏବେ ୩୨୭ଟି ଟିମ କାମ କରୁଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଏବେ କାମ ଚାଲିଛି। ଶ୍ରୀ ସେଠୀ କହିଛନ୍ତି, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ବାତ୍ୟା ଯୋଗୁଁ ପବନର ଗତି ଅଧିକ ଦେଖାଯାଇଥିଲା। ଏହି ୨ଟି ଜିଲ୍ଲାରେ ବିଦ୍ୟୁତ ଜନିତ କ୍ଷୟକ୍ଷତିକୁ ଦୃଷ୍ଟିିରେ ରଖି ଆମର ଟିମ ପେଟ୍ରୋଲିଂ ପାଇଁ ଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/37ab884f-0b91-4060-b219-111573fddc34.jpg)