ଭୁବନେଶ୍ୱର: ୩ୟ ପର୍ଯ୍ୟାୟ ନିର୍ବାଚନରେ ମଙ୍ଗଳବାର ଅପରାହ୍ଣ ୧ଟା ସୁଦ୍ଧା ୩୪% ମତଦାନ ହୋଇଥିବା କଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।
ପାଲଲହଡ଼ାରେ ୪୨%, ତାଳଚେରରେ ୩୨%, ଅନଗୁଳରେ ୩୫%, ଛେଣ୍ଡିପଦା ୩୬% ଏବଂ ଆଠମଲ୍ଲିକରେ ୨୮% ଭୋଟ୍ ଗ୍ରହଣ ହୋଇଥିବା କଥା ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଦିନ ୧ଟା ସୁଦ୍ଧା କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୩୪% ଭୋଟ୍ ଦାନ ଏବଂ ଭୁବନେଶ୍ୱରରେ ସର୍ବନିମ୍ନ ୨୦% ଭୋଟ୍ ଦାନ ହୋଇଥିବା ଜଣାପଡ଼ିଛି।
ପୂର୍ବାହ୍ନ ୧୮% ମତଦାନ ହୋଇଥିବା କଥା ପୂର୍ବରୁ ସୂଚନା ଦିଆଯାଇଥିଲା।
ସକାଳ ୯ଟା ସୁଦ୍ଧା ରାଜ୍ୟରେ ୬% ମତଦାନ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/polling-1.jpg)