ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ଜୋଙ୍କ ପୁଲିସ୍ ୩୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ଜଣଙ୍କୁ ଗିରଫ କରିଛି। ପ୍ରକାଶ ଯେ, ଶୁକ୍ରବାର ସନ୍ଧ୍ୟାରେ ଖରିଆର ରୋଡ଼ ଜୋଙ୍କ ଥାନା ଡୁମେରଡିହି ଛକ ଦେଇ କିଛି ଦାଦନ ଶ୍ରମିକ ଟ୍ରେନ୍ ଯୋଗେ ଯିବା ପାଇଁ ଏକ ଗାଡ଼ିରେ ଯାଉଥିଲେ।
ଏନେଇ ଖରିଆର ରୋଡ଼ ଜୋଙ୍କ ପୁଲିସ୍ କୌଣସି ସୂତ୍ରରୁ ଖବରପାଇ ଡୁମେରଡିହି ଛକରେ ଚଢ଼ଉ କରିଥିଲେ। ସେଠାରୁ ୩୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ପୁଲିସ ସେମାନଙ୍କୁ ନେଇ ଯାଉଥିବା ଗାଡ଼ିକୁ ଜବତ କରିବା ସହ ଗାଡ଼ି ଚାଳକ ବରଗଡ଼ ଜିଲ୍ଲା ପାଇକମାଲ ଢିଙ୍ଗିମୁଣ୍ଡା ଗ୍ରାମର ଅଶ୍ୱିନୀ ସାହୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପରେ ଶ୍ରମିକମାନଙ୍କୁ ନିଜ ନିଜ ଘରକୁ ପଠାଇ ଦିଆଯାଇଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/arrest-1.jpg)