କମିବାରେ ଲାଗିଛି କରୋନା ମାମଲା, ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୪୨ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ମାମଲା ଧୀରେ ଧୀରେ କମିବାରେ ଲାଗିଛି | ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୨ଟି କରୋନା ମାମଲା ଚିହ୍ନଟ ହୋଇଛି | ଏମାନଙ୍କ ମଧ୍ୟରେ ୮୩ ଜଣ ୦ରୁ ୧୮ ବର୍ଷ ମଧ୍ୟରେ ରହିଥିବାବେଳେ ସଙ୍ଗରୋଧରୁ ୧୯୬ ଓ ସ୍ଥାନୀୟ ସଂକ୍ରମଣରେ ୧୪୬ ଜଣ ରହିଛନ୍ତି |


ସୁନ୍ଦରଗଡରୁ ସର୍ବାଧିକ ୩୯ଜଣ, ଖୋର୍ଦ୍ଧାରୁ ୩୨, ସମ୍ବଲପୁରରୁ ୨୪, ରାୟଗଡ଼ାରୁ ୧୪, ମୟୁରଭଞ୍ଜରୁ ୧୪, କେନ୍ଦ୍ରାପଡ଼ାରୁ ୧୬, ଯାଜପୁରରୁ ୨୦ , ଗଜପତିରୁ ୨୯, କଟକରୁ ୨୦ ଜଣ ଚିହ୍ନଟ ହୋଇଛନ୍ତି | ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୨ ଲକ୍ଷ ୮୩ ହଜାର ୬୩୯ରେ ପହଂଚିଥିବାବେଳେ ଏଥିରୁ ୧୨ ଲକ୍ଷ ୭୦ ହଜାର ୨୨୧ ଜଣ ସୁସ୍ଥ ହୋଇଛନ୍ତି |

ସମ୍ବନ୍ଧିତ ଖବର