କଟକ ସହରରୁ ପୁଣି ୩୫ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ପଜିଟିଭ ସଂଖ୍ୟା ୬୧୪

କଟକ: ଆଜି କଟକ ସହରରୁ ପୁଣି ୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିନ୍ତୁ ଗତକାଲି ତୁଳନାରେ ଆଜି କଟକ ସହରରେ କରୋନା ନେଇ ସ୍ଥିତି ଭଲ ରହିଛି । ଗତକାଲି କଟକ ସହରର ବିଭିନ୍ନ ଅଂଚଳରୁ ୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

କଟକ ମହାନାଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସିଏମସି ଅନୁସାରେ ଆଜି ୨୯ ଜଣ କ୍ୱାରେଣ୍ଟାଇନରୁ । ଏଥିରୁ ୨୬ ଜଣ ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୬ ଜଣ ଇଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରୁ କରୋନା ପଜିଟିଭ ଥିବା ଜଣାଯାଇଛି । ଏସସିବି ମେଡିକାଲ ଆଇସୋଲେସନ ୱାର୍ଡରୁ ୩ ଜଣ (୬୫ ବର୍ଷିଅ ପୁରୁଷ, ୩୨ ବର୍ଷୀୟା ମହିଳା ଓ ୨୭ ବର୍ଷୀୟା ମହିଳା) ତିନି ଜଣ କରୋନା ଯୋଦ୍ଧା (୨୩ ବର୍ଷ, ୨୪ ବର୍ଷ ଓ ୨୬ ବର୍ଷ । ସମସ୍ତେ ଯୁବତୀ) କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ହୋମକ୍ୱରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ କାଳିଗଲିର ୩ ଜଣ ସାମିଲ ଅଛନ୍ତି । ଏମାନଙ୍କ ବୟସ ହେଉଛି ୫୦ ବର୍ଷୀୟ ମହିଳା, ୬୧ ବର୍ଷୀୟ ବୃଦ୍ଧ ଓ ୨୦ ବର୍ଷିଅ ଯୁବକ । ପୁରୁଣା ରାଉସପାଟଣା କଣ୍ଟେନମେଣ୍ଟ ଜୋନରୁ ଆଜି ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସିଡିଏ ସେକ୍ଟର-୬ରୁ ଜଣେ ୪୨ ବର୍ଷିଅ ପୁରୁଷ ଓ ବିନୋଦ ବିହାରରୁ ଜଣେ ୨୮ ବର୍ଷୀୟା ମହିଳା ଓ ୬ ବର୍ଷର ଶିଶୁକନ୍ୟା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଉସପାଟଣାରୁ ଜଣେ ୨୫ ବର୍ଷିଅ ପୁରୁଷ, ଶିଖରପୁରରୁ ଜଣେ ୬୦ ବର୍ଷିଅ ବୃଦ୍ଧ ଓ ଚାନ୍ଦିନୀଚୌକରୁ ଜଣେ ୬୦ ବର୍ଷୀୟା ବୃଦ୍ଧା ଲୋକାଲ କେସ ଭାବେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ, କଟକ ସହରରୁ ଏଯାଏଁ ୬୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୨୭୩ ଜଣ ସୁସ୍ଥ ହୋଇଥିବା ବେଳେ ୩୩୩ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି । କିନ୍ତୁ ୮ ଜଣଙ୍କର ମୃତ୍ୟୁ ହୋଇଛି ।

ସମ୍ବନ୍ଧିତ ଖବର