ନୀଳଗିରିରେ ପଶିଲେ ୩୫ ହାତୀ

ନୀଳଗିରି : ବର୍ଷେ ଭିତରେ ଝାଡ଼ଖଣ୍ତର ହାତୀପଲ ୪ ଥର ବାଲେଶ୍ବର ଜିଲ୍ଲା ନୀଳଗିରିକୁ ଆସିଲେଣି। ଗତକାଲି ରାତିରେ ସୋନ ନଦୀ ପାର ହୋଇ ପୁଣି ୩୫ରୁ ଅଧିକ ହାତୀ ନୀଳଗିରିକୁ ପ୍ରବେଶ କରିଛନ୍ତି। ହାତୀମାନେ ଜଡ଼ିବାଲି ଓ ହାତୀମୁଣ୍ତା ହୋଇ ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ପଶିଛନ୍ତି। ଅସହ୍ୟ ଗୁଳୁଗୁଳି ସମୟରେ ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ବିଦ୍ୟୁତ୍ କାଟ୍‌ ହେବା ଯୋଗୁଁ ସାଧାରଣ ଲୋକ ଗରମରେ ଅସ୍ତବ୍ୟସ୍ତ ହେଉଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର