ଜୟପୁର : ଦୁଇଟି ଘରୋଇ ବସ୍‌ରୁ ୩୫ଜଣ ଶ୍ରମିକ ଉଦ୍ଧାର

ଜୟପୁର : କୋରାପୁଟ ଜିଲା ଶ୍ରମବିଭାଗ ଓ ଟାଉନ ପୁଲିସର ଚଢାଉ। ଜୟପୁର ବସଷ୍ଟାଣ୍ଡ ନିକଟସ୍ଥ ଏକ ପେଟ୍ରୋଲପମ୍ପ ନିକଟରେ ହାଇଦ୍ରାବାଦ ଯାଉଥିବା ୨ଟି ଘରୋଇବସରୁ ଉଦ୍ଧାର ହେଲେ ୩୫ଜଣ ଦାଦାନ ଶ୍ରମିକ। ଦାଦନ ଖଟିବାକୁ ନବରଙ୍ଗପୁର, ଛତିଶଗଡ ଓ କଳାହାଣ୍ଡିରୁ ହାଇଦ୍ରାବାଦକୁ ଚାଲାଣ ହେଉଥିବାବେଳେ ସେମାନଙ୍କୁ ଧରିଛି ପ୍ରଶାସନ। ତେବେ ଖସି ପଳାଇଛି ଶ୍ରମିକ ଚାଲାଣ କରୁଥିବା ଦଲାଲ । ତାକୁ ଧରିବାକୁ ପ୍ରଶାସନ ବିଫଳ ହୋଇଛି।

ଏହି ଦୁଇ ବସରୁ ୩୫ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏହି ଶ୍ରମିକ ମଧ୍ୟରୁ ୧୫ଜଣ ନବରଙ୍ଗପୁର, ୧୦ଜଣ କଳାହାଣ୍ଡି ଏବଂ ୧୦ ଜଣ ପୋଡଶୀ ଛତିଶଗଡ ରାଜ୍ୟର ବାସିନ୍ଦା ଅଟନ୍ତି । ସମସ୍ତ ଶ୍ରମିକ ନିଜ ନିଜ ମୁତାବିକ ଆନ୍ଧ୍ରପ୍ରଦେଶର ବିଭିନ୍ନ ଇଟାଭାଟି ଏବଂ ଅନ୍ୟାନ୍ୟ କାର୍ଯ୍ୟସ୍ଥଳିକୁ କାର୍ଯ୍ୟପାଇଁ ଯାଉଥିବା ନେଇ କହିଛନ୍ତି । ସମସ୍ତଙ୍କୁ ଥାନାରେ ଅଟକ ରଖାଯାଇଛି । ସେହିପରି ନବରଙ୍ଗପୁର ଜିଲ୍ଲା ଶ୍ରମ ବିଭାଗକୁ ସୂଚନା ଦିଆଯାଇଛି । ସମସ୍ତ କାଗଜପତ୍ର ଏବଂ ଶ୍ରମ ବିଭାଗ ପଞ୍ଜିକୃତ କରାଯାଇଛି ନା ନାହିଁ ଯାଞ୍ଚ ପରେ ଛଡାଯିବ । ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ଶ୍ରମ ଅଧିକାରୀ ଏମ, ଶୋଭାସୁନ୍ଦର, ଶ୍ରମ ନିରୀକ୍ଷକ ପୂର୍ଣ୍ଣିମା ଡୁରୁକା ଏବଂ ଅନ୍ୟାନ୍ୟ ଶ୍ରମ କର୍ମଚାରୀ ଉପସ୍ଥିତ ଥିଲେ । ସେହିପରି ଟ୍ରେନିଂ ଡିଏସପି ଅଂଶୁମାନ ଦ୍ୱିବେଦୀଙ୍କ ନେତୃତ୍ୱରେ ପୁଲିସଦଳ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର