ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ୩୫୦୦ଟି ସରପଞ୍ଚ ଆସନ ମହିଳାମାନଙ୍କ ପାଇଁ ସଂରକ୍ଷିତ

ଭୁବନେଶ୍ୱର: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୯୧୯୧୬ ୱାର୍ଡ ମଧ୍ୟରୁ ୪୯୪୬୯ ୱାର୍ଡ ମେମ୍ବର ଆସନ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି। ଏନେଇ ରାଜ୍ୟ ନିର୍ବାଚନ କମିସନ ସଚିବ ରବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି।
ଠିକ୍ ସେହିପରି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୧୨୦୩୧ ୱାର୍ଡ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। ଅପରପକ୍ଷରେ ୬୭୯୪ଟି ପଞ୍ଚାୟତ ମଧ୍ୟରୁ ୩୫୦୦ଟି ସରପଞ୍ଚ ଆସନ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି ପଛୁଆ ବର୍ଗଙ୍କ ପାଇଁ ୭୭୮ଟି ଆସନ ସଂରକ୍ଷିତ ରଖାଯାଇଛି। ଠିକ୍ ସେହିପରି ୬୭୯୩ ସମିତି ସଭ୍ୟ ଆସନ ଭିତରୁ ୩୫୩୮ଟି ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି ପଛୁଆ ବର୍ଗଙ୍କ ପାଇଁ ୯୧୩ଟି ଆସନ ସଂରକ୍ଷିତ ରଖାଯାଇଛି।
ସୂଚନାଯୋଗ୍ୟ, ଏଥର ୬୭୯୪ ଗ୍ରାମ ପଞ୍ଚାୟତରେ ହେବ ପଞ୍ଚାୟତ ନିର୍ବାଚନ ହେଉଛି। ଗତ ୨୦୧୭ରେ ୬୮୦୧ ଗ୍ରାମ ପଞ୍ଚାୟତରେ ପଞ୍ଚାୟତ ନିର୍ବାଚନ ହୋଇଥିଲା । ଏଥର ୭ଟି ଗ୍ରାମ ପଞ୍ଚାୟତ ଏନଏସିରେ ମିଶି ଯାଇଛି। ସେହି ପଞ୍ଚାୟତଗୁଡ଼ିକରେ ନିର୍ବାଚନ ହେବ ନାହିଁ। ସେଗୁଡ଼ିକ ହେଲା ବାଲେଶ୍ଵର ରେମୁଣାର ଚାରି ଗ୍ରାମ ପଞ୍ଚାୟତ ଓ ନୟାଗଡ଼ ଓଡ଼ଙ୍ଗାର ଦୁଇଟି ଗ୍ରାମ ପଞ୍ଚାୟତ ଏବଂ ବରଗଡ଼ ବିଜେପୁରର ଗୋଟିଏ ଗ୍ରାମ ପଞ୍ଚାୟତ ଏନଏଏସିରେ ସାମିଲ ହୋଇଛନ୍ତି।

ସେହିପରି ୧୧୧ଟି ୱାର୍ଡରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ ନାହିଁ। ସମୁଦାୟ ୯୧୯୧୬ ୱାର୍ଡରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଗତ ୨୦୧୭ରେ ୯୨ ହଜାର ୨୭ଟି ୱାର୍ଡରେ ନିର୍ବାଚନ ହୋଇଥିଲା।

ସମ୍ବନ୍ଧିତ ଖବର