ତିର୍ତ୍ତୋଲ ଉପନିର୍ବାଚନ: ୨୩ ରାଉଣ୍ଡ ପରେ ବିଜେଡି ୩୫୪୧୮ ଭୋଟ୍‌ରେ ଆଗୁଆ, ବିଜୟ ଶଙ୍କରଙ୍କୁ ୭୬୦୧୮ଟି ଭୋଟ୍‌

ବିଜେପିକୁ ୪୦୫୩୭ଟି ଭୋଟ୍‌

ଜଗତ୍‌ସିଂହପୁର: ତିର୍ତ୍ତୋଲ ବିଧାନସଭା ଲାଗି ଅନୁଷ୍ଠିତ ଉପନିର୍ବାଚନର ଭୋଟ ଗଣତିର ୨୩ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୩୫୪୧୮ ଭୋଟ୍‌ରେ ଆଗୁଆ ରହିଥିବା ଜଣାଯାଇଛି। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କରଙ୍କୁ ମୋଟ୍‌ ୭୬୦୧୮ ଭୋଟ୍‌ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୪୦୫୩୭ଟି ଭୋଟ୍‌ ମିଳିଛି। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୨୨୧୫୦ଟି ଭୋଟ୍‌ ପାଇଛନ୍ତି। ଏଠାରେ ବିଜୁ ଜନତା ଦଳର ବିପୁଳ ବିଜୟ ସ୍ପଷ୍ଟ ହୋଇଯାଇଛି। ୨୭ ରାଉଣ୍ଡ ଗଣତି ପରେ ଆନୁଷ୍ଠାନିକ ଘୋଷଣା କରାଯିବ।

ସୂଚନାଯୋଗ୍ୟ, ୨୧ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ମୋଟ୍‌ ୭୦୦୫୯ ଭୋଟ୍‌ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୩୮୦୩୪ଟି ଭୋଟ୍‌ ମିଳିଥିଲା। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୧୮୭୭୦ଟି ଭୋଟ୍‌ ପାଇଥିଲେ। ୨୦ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ଆଗୁଆ ରହିଥିବା ଜଣାଯାଇଛି। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କରଙ୍କୁ ମୋଟ୍‌ ୬୬୯୧୩ ଭୋଟ୍‌ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୩୬୯୨୬ଟି ଭୋଟ୍‌ ମିଳିଛି। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୧୭୧୬୮ଟି ଭୋଟ୍‌ ପାଇଛନ୍ତି।

୧୯ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୩୧୬୬ଟି ଭୋଟରେ ଆଗୁଆ ରହିଥିବା ଜଣାଯାଇଥିଲା। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କରଙ୍କୁ ମୋଟ୍‌ ୬୪୦୫୫ ଭୋଟ୍‌ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୩୫୩୩୯ଟି ଭୋଟ୍‌ ମିଳିଥିଲା। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୧୫୮୭୭ଟି ଭୋଟ୍‌ ପାଇଥିଲେ।

ସମ୍ବନ୍ଧିତ ଖବର