ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ମାର୍ଚ୍ଚ ୧ ତାରିଖ (ଆସନ୍ତାକାଲି) ଠାରୁ ଯୁକ୍ତ ୨ ଦ୍ବିତୀୟ ବର୍ଷର ବାର୍ଷିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଦିନରେ ବିଜ୍ଞାନ ଓ ୨ ଏପ୍ରିଲରେ କଳା ଓ ବାଣିଜ୍ୟ ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ ଏହି ସୂଚନା ଦେଇଛନ୍ତି।
ଚଳିତ ବର୍ଷ ୧୧୪୫ କେନ୍ଦ୍ରରେ ୩ ଲକ୍ଷ ୫୭ ହଜାର ୯୪୨ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । କଳାରେ ୨ ଲକ୍ଷ ୩୩ ହଜାର ୮୫୫, ବିଜ୍ଞାନରେ ୯୩ ହଜାର ୮୯୪, ବାଣିଜ୍ୟରେ ୨୪ ହଜାର ୩୩୧ ଓ ଭୋକେସ୍ନାଲରେ ୫ ହଜାର ୮୬୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୧ ତାରିଖ ଠା ରୁ ୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପରୀକ୍ଷାର ପ୍ରଶ୍ନପତ୍ର ୨୦୨ ପରୀକ୍ଷା ପରିଚାଳନା ହବରେ ପହଞ୍ଚିସାରିଥିବା କହିଲେ ସିଏଚଏସଇ କର୍ତ୍ତୃପକ୍ଷ।
ତେବେ ପରୀକ୍ଷା ପୂର୍ବରୁ କିଛି ଅସାମାଜୀକ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଠକିବା ପାଇଁ ଜାଲ ବୁଣିବା ଆରମ୍ଭ କରିଥିବା କହିଲେ ପରୀକ୍ଷା ନିୟନ୍ତ୍ରକ । ସାମାଜିକ ଗଣମାଧ୍ୟମରେ ନିଜ ପେଜର ଭ୍ୟୁ ବଢାଇବା ପାଇଁ ନକଲି ପ୍ରଶ୍ନପତ୍ର ଅପଲୋଡ କରିଥିବା କହିଛନ୍ତି । ସେସବୁରେ ବିଶ୍ବାସ ନକରିବାକୁ କର୍ତ୍ତୃପକ୍ଷ କହିଛନ୍ତି। ଛାତ୍ରଛାତ୍ରୀଙ୍କୁ ଠକିବା ପାଇଁ ଚକ୍ରାନ୍ତ କରୁଥିବା ଠକଙ୍କ ବିରୋଧରେ ସାଇବର ଥାନାର ସହଯୋଗ ନିଆଯିବ ବୋଲି ସୂଚନା ଦେଲେ ପରୀକ୍ଷା ନିୟନ୍ତ୍ରକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/CHSE-bhubaneswar.jpg)