ଭୁବନେଶ୍ବର: ରାଜ୍ୟ ସରକାର ଆଜି ବିଭିିନ୍ନ ଡାକ୍ତରଖାନାରେ ୩୫୮ ଜଣ ଭେଷଜ ଡାକ୍ତର, ୧୧୬ ହୋମିିଓପାଥି ମେଡିିକାଲ ଅଧିକାରୀ ଓ ୩୬ ଜଣ ହୋମିଓପାଥି ଅଧ୍ୟାପକଙ୍କୁୁ ନିଯୁୁକ୍ତି ଦେଇଛନ୍ତିି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ନବନିଯୁକ୍ତ ଡାକ୍ତର, ମେଡିକାଲ ଅଧିକାରୀ ଓ ଅଧ୍ୟାପକମାନେ କାମ କରିବେ। ଏ ନେଇ ଲୋକସେବା ଭବନରେ ଆୟୋଜିତ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି।
ସମାରୋହକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ଯେ, ବିଗତ ୩ ବର୍ଷ ମଧ୍ୟରେ ରାଜ୍ୟର ସ୍ବାସ୍ଥ୍ୟ ବଜେଟକୁ ୩ ଗୁଣ ବଢ଼ାଇ ଦିଆଯାଇଛି। ସ୍ବାସ୍ଥ୍ୟଭିତ୍ତିର ବିକାଶ ପାଇଁ ରାଜ୍ୟ ସରକାର କାମ କରୁଛନ୍ତି। ନବନିଯୁକ୍ତ ଡାକ୍ତର, ମେଡିକାଲ ଅଧିକାରୀ ଓ ଅଧ୍ୟାପକଙ୍କୁ ପରାମର୍ଶ ଦେଇ କହିଛନ୍ତି, ଆପଣମାନେ ‘ସୁସ୍ଥ ଓଡ଼ିଶା - ସୁଖୀ ଓଡ଼ିଶା’ ଦିଗରେ କାମ କରନ୍ତୁ। ସାଢ଼େ ୪ କୋଟି ଲୋକଙ୍କୁ ଆମର ଉତ୍ତମ ସ୍ବାସ୍ଥ୍ୟ ଦେବା ଲକ୍ଷ୍ୟ। ଆଶା କରୁଛି ଯେ, ମେଡିକାଲ ଅଧିକାରୀଙ୍କ ନିଯୁକ୍ତି ସ୍ବାସ୍ଥ୍ୟଭିତ୍ତିକୁ ସୁଦୃଢ଼ କରିବ। ଏହା ଦ୍ବାରା ସରକାରୀ ଡାକ୍ତରଖାନାକୁ ଆସୁଥିବା ଲୋକଙ୍କୁ ମଧ୍ୟ ସ୍ବାସ୍ଥ୍ୟ ସେବା ଉପରେ ସନ୍ତୁଷ୍ଟି ମିଳିପାରିବ। ସେମାନେ ଏହାକୁ ଚାକିରି ନ ଭାବି ଏକ ମିସନ୍ ଭାବେ ଗ୍ରହଣ କରନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/dfc14200-a391-4ee8-aae4-a72938675a52.jpg)