ଭୁବନେଶ୍ବର : ରାଜ୍ୟରେ ବ୍ରାଉନସୁଗାର ହବ୍ ପାଲଟିଛି ବାଲେଶ୍ବର। ପଶ୍ଚିମବଙ୍ଗରୁ ବାଲେଶ୍ବରରେ ବ୍ରାଉନସୁଗାର ପହଞ୍ଚିବା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଚାଲାଣ ହୁଏ। ରାଜ୍ୟରେ ୨୦୨୦ରେ ରେକର୍ଡ ପରିମାଣର ବ୍ରାଉନସୁଗାର ଜବତ ହୋଇଛି। ଏହି ବର୍ଷ ମୋଟ ୩୫ କେଜି ୬୧୫ ଗ୍ରାମ ଧଳାଜହର ଜବତ ହୋଇଛି। ଏସଟିଏଫ୍ ରେକର୍ଡ ପରିମାଣର ୨୩ କେଜି ୨୭୧ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ୨୦୧୧ରୁ ୨୦୧୯ ଭିତରେ ଜବତ ହୋଇଥିବା ପରିମାଣ ଠାରୁ ଏହା ଯଥେଷ୍ଟ ଅଧିକ ରହିଛି। ସେହିପରି ୨୦୨୦ରେ ୧୫୪୯ କ୍ବିଣ୍ଟାଲ ୮୦ କେଜି ଗଞ୍ଜେଇ ଜବତ ହୋଇଛି। ୨୦୧୯ରେ ୬୧୮ କ୍ବିଣ୍ଟାଲ ଓ ୨୦୧୮ରେ ୫୨୩ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଥିଲା। ୨୦୧୯-୨୦ରେ ୧୮୨୦୩ ଏକର, ୨୦୧୮-୧୯ରେ ୧୧୬୨୨ ଏକର ଏବଂ ୨୦୧୭-୧୮ରେ ୪୬୩୨ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଲିଖିତ ପ୍ରଶ୍ନର ଉତ୍ତର ରଖି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି।
ବର୍ଷକରେ ୩୫ କେଜି ବ୍ରାଉନସୁଗାର ଜବତ
/sambad/media/post_attachments/wp-content/uploads/2020/08/brown-sugar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)