ପୁରୀ: ବିଶ୍ବ ବଜାରରେ ପଟ୍ଟଚିତ୍ର ପ୍ରତି ରୁଚି ବଢ଼ିବାରେ ଲାଗିଛି। ଆମେରିକାରେ ରହୁଥିବା ଜଣେ ଡାକ୍ତର ୩୬ ଫୁଟର ପଟ୍ଟଚିତ୍ର ବରାଦ ଦେଇଛନ୍ତି। ଡେଡିକେଟ୍ ଟୁ ପିପୁଲ ପକ୍ଷରୁ ବୀରବଳଭଦ୍ରପୁର ଗ୍ରାମରେ ପଟ୍ଟଚିତ୍ର ନିର୍ମିତ ହେଉଛି। ପଟ୍ଟଚିତ୍ରରେ ‘ସମୁଦ୍ର ମନ୍ଥନ’ କଥାବସ୍ତୁ ସ୍ଥାନ ପାଇଛି।
ଏଥିରେ କାମଧେନୁ, ଐରାବତ ହସ୍ତୀ, ରମ୍ଭା, ସୂର୍ଯ୍ୟ ଓ ଚନ୍ଦ୍ର ଚିତ୍ରିତ କରାଯାଇଛି। ୩୬ ଫୁଟ ଲମ୍ବ ଓ ୪ ଫୁଟ ଚଉଡ଼ା ବିଶିଷ୍ଟ ଏହି ଚିତ୍ର ପାଇଁ ବରାଦ ଦିଆଯାଇଛଇ। ଏହି ପଟ୍ଟଚିତ୍ର ପ୍ରସ୍ତୁତି ପାଇଁ ୧୫ ଦିନ ସମୟ ଲାଗିଛି। ୩ ଜଣ ଶିଳ୍ପୀ ଏହାକୁ ପ୍ରସ୍ତୁତ କରିଛନ୍ତି ବୋଲି ଡେଡିକେଟ୍ ଟୁ ପିପୁଲ୍ର ସମ୍ପାଦକ ଅଜିତ କୁମାର ସ୍ବାଇଁ କହିଛନ୍ତି। ନିକଟରେ ୧୪ଟି କଥାବସ୍ତୁକୁ ନେଇ ଏକ ୩୫ ଫୁଟର ପଟ୍ଟଚିତ୍ର ଅଷ୍ଟ୍ରେଲିଆକୁ ପଠାଯାଇଛି।