ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ସନ୍ଧ୍ୟା ୬ଟା ସୁଦ୍ଧା ଆଜି ପୁଣି ୩୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଏହି ୩୬ ଜଣଙ୍କ ମଧ୍ୟରୁ ୧୧ ଜଣ କୋଭିଡ ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି । ଜୁନାଗଡ଼ ବ୍ଳକରେ ୧୭ ଜଣ, କଲମପୁର ବ୍ଳକରେ ୮ ଜଣ, ଭବାନୀପାଟଣା ବ୍ଳକରେ ୭ ଜଣ, ନର୍ଲା ବ୍ଳକରେ ୨ ଜଣ, ଜୟପାଟଣା ବ୍ଳକରେ ଜଣେ, କେସିଙ୍ଗା ବ୍ଳକରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ମଧ୍ୟରାତ୍ରିରେ ଜିଲ୍ଳା ପ୍ରଶାସନର ପ୍ରେସ ବିଜ୍ଞପ୍ତି ପରେ ୧୫ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ସେଥି ମଧ୍ୟରୁ ଲାଞ୍ଜିଗଡ଼ବ୍ଳକରେ ୭ ଜଣ, କେସିଙ୍ଗା ବ୍ଳକରେ ୫ ଜଣ ଓ ଭବାନୀପାଟଣା ବ୍ଳକରେ ୩ ଜଣ ଆକ୍ରାନ୍ତ ହୋଇଥିଲେ । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୬୧ରେ ପହଞ୍ଚିଛି ।