ରାଜ୍ୟରେ ଖୋଲିବ ୩୬ଟି ନୂଆ ଥାନା

ଭୁବନେଶ୍ବର : ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୩୬ଟି ନୂଆ ପୁଲିସ ଥାନା ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ‌ନେଇଛନ୍ତି। ଏସଂକ୍ରାନ୍ତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହି ଥାନା ଗୁଡ଼ିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ନୂତନ ଭାବରେ ଖୋଲୁଥିବା ଏହି ଥାନା ଗୁଡ଼ିକ ହେଲା- ଅନୁଗୁଳର ବଗେଡ଼ିଆ ଓ ଗୋପାଳପ୍ରସାଦ, ବାଲେଶ୍ବରର ଗୋପଳପୁର ଓ ଅନନ୍ତପୁର, ବରଗଡ଼ର ବରଗଡ଼ ଗ୍ରାମାଞ୍ଚଳ, ବ୍ରହ୍ମପୁରର ନିମଖଣ୍ଡି, ବଲାଙ୍ଗୀରର ଲକ୍ଷ୍ମୀଜୋର ଓ ଆଗଲପୁର, ବୌଦ୍ଧର ଘଣ୍ଟାପଡା, ଭୁବନେଶ୍ବର କମିଶନରେଟର ମୈତ୍ରୀ ବିହାର, କଟକ ଗ୍ରାମାଞ୍ଚଳର ମାଣିଆବନ୍ଧ, ଜୋଡୁମ ଓ ଭଦ୍ରେଶ୍ବର, ଦେବଗଡ଼ର ଲାଇମୁରା, ଢେଙ୍କାନାଳର ମହାବୀର ରୋଡ଼, ଗଞ୍ଜାମର ବେଗୁନିଆପଡା ଓ କୋଟିନଡ଼ା, ଜଗତସିଂପୁରର କୃଷ୍ଣନନ୍ଦପୁର, ଯାଜପୁରର ଅଳକୁଣ୍ଡ, ବ୍ରହ୍ମବରଦା ଓ ଦଶରଥପୁର, ଝାରସୁଗୁଡ଼ାର ଏୟାରପୋର୍ଟ ପୁଲିସ ଷ୍ଟେସନ, କଳାହାଣ୍ଡିର କରଲାପାଟ, କଲାମପୁର, କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ, କୁଦାନଗରୀ କୋରୁଆ, କେନ୍ଦୁଝରର ମନୋହରପୁର, ଖୋର୍ଦ୍ଧାର ନାଚୁଣୀ, କୋରାପୁଟର ସୁଙ୍କି, ମାଲକାନଗିରିର ମାଲକାନଗିରି ସଦର କୋରକୁଣ୍ଡା, ମୟୂରଭଞ୍ଜର ଭଞ୍ଜପୁର, ନବରଙ୍ଗପୁର ମଇଦଲପୁର, ପୁରୀର ଚାରିଛକ, ରାୟଗଡ଼ାର ରାମନାଗୁଡ଼ା, ସମ୍ବଲପୁରର ବରେଇପାଲି ଏବଂ ସୁବର୍ଣ୍ଣପୁରର ଲଚ୍ଛିପୁର ଥାନା।

ଏ ସମସ୍ତ ନୂଆ ଥାନାଗୁଡ଼ିକ ବର୍ତ୍ତମାନ ଥିବା ଥାନାର ବିଭକ୍ତୀକରଣ ତଥା ଫାଣ୍ଡିଗୁଡିକର ଉନ୍ନତୀକରଣ କରି ସୃଷ୍ଟି କରାଯାଇଛି। ଏହି ନୂତନ ଥାନା ଗୁଡ଼ିକ ନିମନ୍ତେ ଇନ୍ସପେକ୍ଟର ଠାରୁ ଆରମ୍ଭ କରି କନଷ୍ଟେବଳ ପର୍ଯ୍ୟନ୍ତ ବିଭିନ୍ନ ପାହ୍ୟାରେ ୫୬୩ଟି ନୂଆ ପଦବି ସୃଷ୍ଟି କରାଯାଇଛି।

ଏହି ନୂଆ ୩୬ଟି ଥାନା ପ୍ରତିଷ୍ଠା ହେବା ଦ୍ବାରା ଜନସାଧାରଣଙ୍କୁ ଉତ୍ତମ ପୁଲିସ ସେବା ଯୋଗାଇ ଦେବା ଦିଗରେ ଓଡ଼ିଶା ପୁଲିସର ଉଦ୍ୟମ ଆହୁରି ଶକ୍ତିଶାଳୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

କେଉଁ ଜିଲ୍ଲାରେ କେଉଁଠି ନୂଆ ଥାନା ହେବ

ଜିଲ୍ଲା ପୁଲିସ    ନୂଆ ଥାନା
ଅନୁଗୁଳ ବଗେଡ଼ିଆ, ଗୋପାଳପ୍ରସାଦ
ବାଲେଶ୍ବର ଗୋପାଳପୁର, ଅନନ୍ତପୁର
ବରଗଡ଼ ବରଗଡ଼ ଗ୍ରାମାଞ୍ଚଳ
ବ୍ରହ୍ମପୁର ନିମଖଣ୍ଡି
ବଲାଙ୍ଗୀର ଲକ୍ଷ୍ମୀଜୋର, ଆଗଲପୁର
ବୌଦ୍ଧ ଘଣ୍ଟାପଡ଼ା
ଭୁବନେଶ୍ବର କମିସନରେଟ୍ ମୈତ୍ରୀ ବିହାର
କଟକ ଗ୍ରାମାଞ୍ଚଳ ମାଣିଆବନ୍ଧ, ଜୋଡୁମ, ଭଦ୍ରେଶ୍ବର
ଦେବଗଡ଼ ଲାଇମୁରା
ଢେଙ୍କାନାଳ ମହାବୀର ରୋଡ୍‌
ଗଞ୍ଜାମ ବେଗୁନିଆପଡ଼ା, କୋଟିନଡ଼ା
ଜଗତସିଂହପୁର କୃଷ୍ଣନନ୍ଦପୁର
ଯାଜପୁର ଅଳକୁଣ୍ଡ, ବ୍ରହ୍ମବରଦା, ଦଶରଥପୁର
ଝାରସୁଗୁଡ଼ା ଏୟାରପୋର୍ଟ ପୁଲିସ ଷ୍ଟେସନ
କଳାହାଣ୍ଡି କଲରାପାଟ, କଲାମପୁର
କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ, କୁଦାନଗରୀ କୋରୁଆ
କେନ୍ଦୁଝର ମନୋହରପୁର
ଖୋର୍ଦ୍ଧା ନାଚୁଣୀ
କୋରାପୁଟ ସୁଙ୍କି
ମାଲକାନଗିରି ମାଲକାନଗିରି ସଦର କୋରକୁଣ୍ଡା
ମୟୂରଭଞ୍ଜ ଭଞ୍ଜପୁର
ନବରଙ୍ଗପୁର ମଇଦଲପୁର
ପୁରୀ ଚାରିଛକ
ରାୟଗଡ଼ା ରାମନାଗୁଡ଼ା
ସମ୍ବଲପୁର ବରେଇପାଲି
ସୁବର୍ଣ୍ଣପୁର ଲଚ୍ଛିପୁର

ସମ୍ବନ୍ଧିତ ଖବର