ରାଉରକେଲା: ଗତ ୨ରୁ ଆରମ୍ଭ ହୋଇଥିବା ନାମାଙ୍କନପତ୍ର ଦାଖଲର ସୋମବାର ଥିଲା ଶେଷ ଦିନ। କମ୍ପିଥିଲା ନାମାଙ୍କନ ପ୍ରଚାର। ଦୁଲ୍‌ଦୁଲି ବାଜା ସାଙ୍ଗକୁ ଜିନ୍ଦାବାଦ୍‌ ନାରାରେ  ପ୍ରକମ୍ପିତ ହୋଇଥିବା ବୀରମିତ୍ରପୁର ସହର। ଶେଷରେ ତିନି ପ୍ରମୁଖ ଦଳ ସହ ଅନ୍ୟ ଦଳର ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କ ଗହଣରେ ଆସି ନିର୍ବାଚନ ଅଧିକାରୀ ତଥା ପାନପୋଷ ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ୧୧ କାଉନସିଲର ପାଇଁ ୩୬ ପ୍ରାର୍ଥି ନାମାଙ୍କନ ଦାଖଲ କରିଛନ୍ତି l

Advertisment

ପୌରାଧ୍ୟକ୍ଷ ପାଇଁ ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପିରୁ ଜଣେ ଲେଖାଏଁ ପ୍ରାର୍ଥୀପତ୍ର ଦାଖଲ କରିଥିଲାବେଳେ ଅନ୍ୟ ଦୁଇଜଣ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପୌରାଧ୍ୟକ୍ଷ ପାଇଁ ବିଜେଡିରୁ ସନ୍ଦୀପ ମିଶ୍ର, ବିଜେପିରୁ ସୁନୀଲ ତିୱାରୀ, କଂଗ୍ରେସରୁ ଶଶୀ ସାଗର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।।

ଶେଷ ଦିନରେ ପୌରାଧ୍ୟକ୍ଷ ପାଇଁ ବିଜେପିର ସୁନୀଲ ତିୱାରୀ, ବିଏସପିର ମହେନ୍ଦ୍ର ବାଘ ଏବଂ ସ୍ୱାଧୀନ ପ୍ରାର୍ଥୀ ଅରବିନ୍ଦ ଜୟସ୍ୱଲ  ନାମାଙ୍କପତ୍ର ଦାଖଲ  କରିଛନ୍ତି।  ସେମିତି ବିଜେପିର ୧ନଂ ୱାର୍ଡ ପାଇଁ ରେସ୍ମା ବାର୍ଲା,  ୨ନଂ ୱାର୍ଡ ପାଇଁ ରୋଶନୀ ମଶାନ୍ତ, ୩ନଂରେ ସନ୍ତୋଷ ଯାଦବ, ୮ ନଂ ୱାର୍ଡ ପାଇଁ ଲଳିତା ଖରସୀ, ୯ ନଂ ୱାର୍ଡ ପାଇଁ ମହାବୀର କଇଥା, ୧୦ ନଂ ୱାର୍ଡ ପାଇଁ ଶ୍ରୀୟା ରୋହିଦାସ,୧୧ନଂ ୱାର୍ଡ ପାଇଁ  ଦିନେଶ ପାଶ୍ୱନ ନାମାଙ୍କନ ଦାଖଲ କରିଛନ୍ତି। ବିଜେଡିର  ୨ନଂ ୱାର୍ଡ ପାଇଁ ଉଷା ଜୟପୁରିଆ, ୪ନଂ ୱାର୍ଡ ପାଇଁ ମାଧୁରୀ ନାଗ, ୬ନଂ ୱାର୍ଡ ପାଇଁ ଅନୀଲ ବେହେରା, ୭ ନଂ ୱାର୍ଡ ପାଇଁ  ମୋନା କେଶରୀ ଭେଙ୍ଗ୍ରା,୯ ନଂ ୱାର୍ଡ ପାଇଁ ନିର୍ମଳା କୁଜୁର ଓ  ୧୧  ନଂ ୱାର୍ଡ ପାଇଁ  ଜ୍ଞାନୀ ଚନ୍ଦ୍ର ବାଘ ନାମାଙ୍କନ ପତ୍ର  ଦାଖଲ କରିଛନ୍ତି। କଂଗ୍ରେସର କେବଳ ବାକିଥିବା ୯ ନଂ ୱାର୍ଡ ପାଇଁ ଜୀବନ ମିଞ୍ଜ୍,  ଜେ ଏମ୍ ଏମ୍‌ର  ୫ ନଂ ୱାର୍ଡ ପାଇଁ  କିରଣ ନାଏକ, ୬ ନଂ ୱାର୍ଡ ପାଇଁ  ପେଲରୁଶ ସୁରୀନ୍, ୮ ନଂ ୱାର୍ଡ ପାଇଁ  ମମତା ଖାଲଖୋ, ୯  ନଂ ୱାର୍ଡ ପାଇଁ ପ୍ରଫୁଲ୍ଲିତ ବାଘୱର  ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ ଆରମ୍ଭ ହୋଇଯିବ ଜୋରଦାର ପ୍ରଚାର। ଉଲ୍ଲେଖଯୋଗ୍ୟ, ବୀରମିତ୍ରପୁର ପୌରପାଳିକାର ମୋଟ ଜନସଂଖ୍ୟା ଥିଲା ୩୩, ୪୪୨। ଏମାନଙ୍କ ମଧ୍ୟରେ ୧୬,୮୫୪ ହେଉଛନ୍ତି ପୁରୁଷ। ମହିଳା ସଂଖ୍ୟା ୧୬, ୫୮୮। ତେବେ ଏହି ନିର୍ବାଚନରେ ମତଦାତା ହେଉଛନ୍ତି ୨୪ ହଜାର ୪୦ ଭୋଟର।