ରାଜ୍ୟରେ ୩,୬୨୯ କରୋନା ପଜିଟିଭ ଚିହ୍ନଟ: ୫୧୫ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୬୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୧୧୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୨୧୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୫୧୫ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧୬ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୮୯ ଜଣ, ବାଲେଶ୍ୱରରୁ ୧୧୧ ଜଣ, ବରଗଡ଼ରୁ ୭୧ ଜଣ, ଭଦ୍ରକରୁ ୪୫ ଜଣ, ବଲାଙ୍ଗୀରରୁ ୯୧ ଜଣ, ବୌଦ୍ଧ ଜିଲ୍ଲାରୁ ୮୦, କଟକରୁ ୩୨୯ ଜଣ, ଦେବଗଡ଼ରୁ ୬୮ ଜଣ, ଢେଙ୍କାନାଳରୁ ୫୫ ଜଣ, ଗଜପତିରୁ ୫୬, ଗଞ୍ଜାମରୁ ୪୬ ଜଣ, ଜଗତସିଂହପୁରରୁ ୮୯ ଜଣ, ଯାଜପୁରରୁ ୧୩୭ ଜଣ, ଝାରସୁଗୁଡ଼ାରୁ ୧୩୭ ଜଣ, କଳାହାଣ୍ଡିରୁ ୮୫ ଜଣ, କନ୍ଧମାଳରୁ ୪୭ ଜଣ, କେନ୍ଦ୍ରାପଡ଼ାରୁ ୧୪୯ ଜଣ, କେଉଁଝରରୁ ୯୪ ଜଣ, ଖୋର୍ଦ୍ଧାରୁ ୭୧୬ ଜଣ, କୋରାପୁଟରୁ ୩୧ ଜଣ, ମାଲକାନଗିରିରୁ ୨୩ ଜଣ, ମୟୁରଭଞ୍ଜରୁ ୧୪୨ ଜଣ, ନବରଙ୍ଗପୁରରୁ ୯୦, ନୟାଗଡ଼ରୁ ୧୧୮ ଜଣ, ନୂଆପଡ଼ାରୁ ୭୦ ଜଣ, ପୁରୀରୁ ୫୩ ଜଣ, ରାୟଗଡ଼ାରୁ ୧୦୧ ଜଣ, ସମ୍ୱଲପୁରରୁ ୧୦୧ ଜଣ, ସୋନପୁରରୁ ୩୬, ସୁନ୍ଦରଗଡ଼ରୁ ୩୪୬ ଜଣ ଓ ଷ୍ଟେଟ ପୁଲରୁ ୧୬୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୨,୫୯, ୪୦୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨, ୧୫, ୩୮୦ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୩୫, ୩୦୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।
ସୂଚନାଯୋଗ୍ୟ, ଗତକାଲି ୩୪୫୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଫେବ୍ରୁଆରି ୧ତାରିଖରେ ୩୦୮୬, ଜାନୁଆରି ୩୧ରେ ୩୩୨୯, ଜାନୁଆରି ୩୦ ରେ ୪, ୮୪୩, ଜାନୁଆରି ୨୯ରେ ୪୮୪୨, ଜାନୁଆରି ୨୮ରେ ୫୦୫୭, ଜାନୁଆରି ୨୭ରେ ୫୯୦୧, ଜାନୁଆରି ୨୬ରେ ୭୪୨୬ ଜଣ, ୨୫ରେ ୫,୮୯୧, ଜାନୁଆରି ୨୪ରେ ୭୯୨୧, ଜାନୁଆରି ୨୩ ତାରିଖରେ ୮,୫୨୦ ଜାନୁଆରି ୨୨ରେ ୮,୮୪୫ ଜାନୁଆରି ୨୧ ତାରିଖରେ ୯,୮୩୩, ଜାନୁଆରି ୨୦ ତାରିଖରେ ୧୦,୩୬୮ଜଣ, ଜାନୁଆରି ୧୯ ତାରିଖରେ ୧୧,୬୦୭ ଜଣ, ଜାନୁଆରି ୧୮ରେ ୧୧,୦୮୬, ଜାନୁଆରି ୧୭ରେ ୧୦,୪୮୯, ୧୬ ତାରିଖରେ ୧୧,୧୭୭, ୧୫ ତାରିଖରେ ୧୦,୮୫୬, ଜାନୁଆରି ୧୪ରେ ୧୦,୨୭୩ , ଜାନୁଆରି ୧୩ରେ ୧୦,୦୫୯ ଜଣ, ଜାନୁଆରି ୧୨ରେ ୮୭୭୮, ୧୧ରେ ୭୦୭୧, ୧୦ରେ ୪୮୨୯, ଜାନୁଆରି ୯ ତାରିଖରେ ୪୭୧୪ ଜଣ , ଜାନୁଆରି ୮ ତାରିଖରେ ୩୬୭୯ ଜଣ , ଜାନୁଆରି ୭ ତାରିଖରେ ୨୭୦୩ ଜଣ, ଜାନୁଆରି ୬ ତାରିଖରେ ୧୮୯୭ ଜଣ, ଜାନୁଆରି ୫ ରେ ୧୨୧୬, ଜାନୁଆରି ୪ ରେ ୬୮୦, ଜାନୁଆରି ୩ ରେ ୪୨୪, ଜାନୁଆରି ୨ରେ ୪୨୪, ଜାନୁଆରି ୧ରେ ୨୯୮, ଡିସେମ୍ବର ୩୧ରେ ୨୨୮, ଡିସେମ୍ବର ୩୦ରେ ୨୨୫, ଡିସେମ୍ବର ୨୯ରେ ୨୨୧ ଓ ଡିସେମ୍ବର ୨୮ରେ ୧୫୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର