ଓଡ଼ିଶାର ମନ୍ଦିର ଓ ପ୍ରାଚୀନ କୀର୍ତ୍ତିରାଜି ସୁରକ୍ଷା ପାଇଁ ଦିଆଯାଇଛି ୩୬୩ ଲକ୍ଷ ଟଙ୍କା: କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଶାରେ ଥିବା ମନ୍ଦିର ଏବଂ ପୁରୁଣା କୀର୍ତ୍ତିରାଜିର ସୌନ୍ଦର୍ଯ୍ୟକରଣ ଓ ବିକାଶ ପାଇଁ କେନ୍ଦ୍ର ସରକାର କେତେ ଟଙ୍କା ଦେଇଛନ୍ତି | ଏହା ସହ ଓଡ଼ିଶାର କଳାହାଣ୍ଡି ଓ ନୂଆପଡା ଜିଲ୍ଲା ରେ ଥିବା ମନ୍ଦିର ସହ ଓଡ଼ିଶାରେ ର ଅନ୍ୟ ସ୍ଥାନ ରେ ଥିବା କୀର୍ତ୍ତିରାଜିର ବିକାଶ ପାଇଁ କେଉଁସବୁ ପଦକ୍ଷେପ ନିଆ ଯାଉଛି ସେସବୁକୁ ନେଇ ଆଜି ଲୋକସଭାରେ ପ୍ରଶ୍ନ କରିଛନ୍ତି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା |

କଳାହାଣ୍ଡି ସାଂସଦଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିସନ ରେଡ୍ଡୀ କହିଛନ୍ତି ଯେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଓଡ଼ିଶାରେ ୩୬୩ ଲକ୍ଷ ଟଙ୍କା ର ଅର୍ଥ ରାଶି ଆବଣ୍ଟନ କରାଯାଇଛି | ପୁରାତନ କୀର୍ତ୍ତିରାଜିର ସଂରକ୍ଷଣ ଓ ବିକାଶ ପାଇଁ ଏହି ଅର୍ଥ ରାଶି ଖର୍ଚ୍ଚ ହେବ |ସେହିପରି ସଂରକ୍ଷିତ ସ୍ମାରକଗୁଡିକର ମୌଳିକତା ଓ ଅଖଣ୍ଡତା ବଜାୟ ରଖିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ସଂରକ୍ଷଣ ନୀତି ୨୦୧୪ ଅନୁଯାୟୀ ବିକାଶ କାର୍ଯ୍ୟ କରାଯାଉଛି| ଓଡ଼ିଶାର କଳାହାଣ୍ଡି ଓ ନୂଆପଡା ଜିଲ୍ଲାରେ ଥିବା ଏକମାତ୍ର ସ୍ମାରକୀ ସହିତ ଦେଶରେ ଥିବା ଅନ୍ୟ କୀର୍ତ୍ତିରାଜି ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ନିୟମିତ ଭାବେ ବିକାଶ କରାଯାଉଛି |

ସମ୍ବନ୍ଧିତ ଖବର