ରାଉରକେଲା: ମାଟ୍ରିକ ପରୀକ୍ଷାର ଶୁକ୍ରବାର ଥିଲା ଦ୍ବିତୀୟ ଦିନ। ମୋଟ ୪୧୩ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ। ଏମାନଙ୍କ ମଧ୍ୟରୁ ୩୬୭ ଛାତ୍ରଛାତ୍ରୀ ଇଂରାଜୀ ପରୀକ୍ଷା ଦେଇନଥିଲେ। ସୁନ୍ଦରଗଡ଼ ମୋଟ ୨୪ ହଜାର ୭୦୪ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୪, ୩୩୭ ଇଂରାଜୀ ପରୀକ୍ଷା ଦେଇଥିଲେ। କପି କରି ଧରାପଡ଼ିଥିଲେ ଦୁଇ ଛାତ୍ର। ଏସ୍‌ଓଏସ୍‌ସି ପରୀକ୍ଷାରେ ମୋଟ ୩୪୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୦୧ ପରୀକ୍ଷା ଦେଇଥିଲେ। ଅନୁପସ୍ଥିତ ଥିଲେ ୪୬ ପରୀକ୍ଷାର୍ଥୀ। ଜିଲ୍ଲା ଫ୍ଲାଇଂ ସ୍କ୍ବାଡ୍‌ର ସ୍ବତନ୍ତ୍ର ଟିମ୍‌ ଜିଲ୍ଲାର ୧୭ଟି ପରୀକ୍ଷା କେନ୍ଦ୍ର ପରିଦର୍ଶନରେ ଯାଇଥିଲେ। ସେମିତି ସ୍ବତନ୍ତ୍ର ସ୍କ୍ବାଡ୍‌ ଟିମ୍‌ ୭ଟି ପରୀକ୍ଷା କେନ୍ଦ୍ର ପରିଦର୍ଶନରେ ଯାଇଥିଲେ। କପି କରି ଦୁଇ ଛାତ୍ର ଧରାପଡ଼ିଛନ୍ତି।

Advertisment

ଜିଲ୍ଲାର ମୋଟ ୪୦୫ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଛନ୍ତି। ଉଭୟ ରେଗୁରାଲ ଓ ଏକ୍ସରେଗୁରାଲ ଛାତ୍ରଛାତ୍ରୀଙ୍କ ପାଇଁ ୧୧୭ କେନ୍ଦ୍ର କରାଯାଇଛି। ଏଥି ମଧ୍ୟରୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ୧୦୭, ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ପାଇଁ ୧୦ଟି କେନ୍ଦ୍ର ହୋଇଛି। ମୋଟ ୨୪, ୭୦୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ରେଗୁରାଲ ୨୪,୬୩୦, ଏକ୍ସରେଗୁରାଲ ୫୭ ଓ ମଧ୍ୟମାରେ ୧୪ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ରଖିବାକୁ ଜିଲ୍ଲା‌ରେ ମୋଟ ୨୦ଟି ନୋଡ଼ାଲ ସେଣ୍ଟର କରାଯାଇଛି। ରାଉରକେଲା ସହରରେ ତିନୋଟି ନୋଡ଼ାଲ ସେଣ୍ଟର କରାଯାଇଛି।