ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୧୪୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୫୩୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୩୮୪ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୩ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
Covid-19 Report For 7th Jan
New Positive Cases: 3679
Of which 0-18 years: 384
In quarantine: 2148
Local contacts: 1531(Details of local contacts will be shared by concerned District)
1. Angul: 55
2. Balasore: 14
3. Bargarh: 48
4. Bhadrak: 18
5. Balangir: 35
6. Boudh: 2— I & PR Department, Odisha (@IPR_Odisha) January 8, 2022
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୫୫ ଜଣ, ବାଲେଶ୍ବର ଜିଲ୍ଲାରୁ ୧୪ ଜଣ, ବରଗଡ଼ରୁ ୪୮ ଜଣ, ଭଦ୍ରକରୁ ୧୮ ଜଣ, ବଲାଙ୍ଗୀରୁ ୩୫ ଜଣ, ବୌଦ୍ଧରୁ ୨ ଜଣ, କଟକରୁ ୩୧୦ ଜଣ, ଦେବଗଡ଼ରୁ ୨୦ ଜଣ, ଢେଙ୍କାନାଳରୁ ୫ ଜଣ, ଗଞ୍ଜାମରୁ ୪୨ଜଣ, ଗଜପତିରୁ ୧୫ ଜଣ, ଜଗତସିଂହପୁରରୁ ୧୭ ଜଣ, ଯାଜପୁରରୁ ୭୮ ଜଣ, ଝାରସୁଗୁଡ଼ାରୁ ୧୩୪ ଜଣ, କଳାହାଣ୍ଡିରୁ ୧୩ ଜଣ, କନ୍ଧମାଳରୁ ୬ ଜଣ, କେନ୍ଦ୍ରାପଡ଼ାରୁ ୧୦ ଜଣ, କେନ୍ଦୁଝରରୁ ୪୪ ଜଣ, ଖୋର୍ଦ୍ଧାରୁ ୧୨୨୩ ଜଣ, କୋରାପୁଟରୁ ୩୬ ଜଣ, ମୟୂରଭଞ୍ଜରୁ ୮୦ ଜଣ, ନବରଙ୍ଗପୁରରୁ ୨୩ ଜଣ, ନୟାଗଡ଼ରୁ ୨୩ ଜଣ, ପୁରୀରୁ ୧୦୦ ଜଣ, ରାୟଗଡ଼ାରୁ ୨୧ ଜଣ, ସମ୍ୱଲପୁରରୁ ୩୭୨ ଜଣ, ସୋନପୁରରୁ ୩୩ ଜଣ, ସୁନ୍ଦରଗଡ଼ରୁ ୫୮୨ ଜଣ ଓ ଷ୍ଟେଟ ପୁଲରୁ ୨୮୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୬୬ ହଜାର ୧୫୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୪୫ ହଜାର ୯୭୧ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୧ ହଜାର ୬୬୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।
ସୂଚନାଯୋଗ୍ୟ, ଗତକାଲି ୨୭୦୩ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜାନୁଆରି ୬ ତାରିଖରେ ୧୮୯୭ ଜଣ , ଜାନୁଆରି ୫ ରେ ୧୨୧୬, ଜାନୁଆରି ୪ ରେ ୬୮୦, ଜାନୁଆରି ୩ ରେ ୪୨୪, ଜାନୁଆରି ୨ରେ ୪୨୪, ଜାନୁଆରି ୧ରେ ୨୯୮, ଡିସେମ୍ବର ୩୧ରେ ୨୨୮, ଡିସେମ୍ବର ୩୦ରେ ୨୨୫, ଡିସେମ୍ବର ୨୯ରେ ୨୨୧ ଓ ଡିସେମ୍ବର ୨୮ରେ ୧୫୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। କେବଳ ଜାନୁଆରି ମାସର ୮ ଦିନରେ ୧୧ ହଜାର ୩୨୧ ସଂକ୍ରମିତ ଚିହ୍ନଟ ଚିହ୍ନଟ ହେଲେଣି । ଗତକାଲି ତୁଳନାରେ ୯୭୬ ମାମଲା ବୃଦ୍ଧି ପାଇଛି। ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍ଥିତି ଉଦବେଗଜନକ ଥିବା ଜଣାଯାଇଛି।
ଏଣେ ଜାନୁଆରି ୮ ତାରିଖରେ ୭୧୪୩୨, ଜାନୁଆରି ୭ ତାରିଖରେ ୬୮୯୭୦, ଜାନୁଆରି ୬ ତାରିଖରେ ୭୨୩୭୦, ଜାନୁଆରି ୫ ତାରିଖରେ ୬୮୮୭୮, ଜାନୁଆରି ୪ ତାରିଖରେ ୫୧୭୪୫, ଜାନୁଆରି ୩ ତାରିଖରେ ୫୪୭୯୩, ଜାନୁଆରି ୨ ତାରିଖରେ ୬୧୬୫୨, ଜାନୁଆରି ୧ ତାରିଖରେ ୬୨୨୧୪, ଡିସେମ୍ବର ୩୧ରେ ୬୧୨୭୭, ଡିସେମ୍ବର ୩୦ରେ ୬୨୧୯୨, ଡିସେମ୍ବର ୨୯ରେ ୬୩୨୯୦ ଓ ଡିସେମ୍ବର ୨୮ରେ ୫୧୮୪୨ଜଣଙ୍କର କୋଭିଡ ଟେଷ୍ଟ କରାଯାଇଥିଲା।