ବ୍ରହ୍ମପୁର: ମିଛ ଲେଖେନି କି, ଉଦ୍ଦେଶ୍ୟମୂଳକ ଭାବେ କଟାକ୍ଷ କରେନି। ଯାହା ସତ ତାହା ହିଁ ‘ସମ୍ବାଦ’ ଲେଖେ। ସମାଜ ପାଇଁ ଯେତେବେଳେ ଯାହା ଠିକ୍, ତାହା ଆଇନା ଭଳି ଖବର ପରିବେଷଣ କରାଯାଏ। ସରକାର ଓ ବିରୋଧୀଦଳକୁ ନିଜ କର୍ତ୍ତବ୍ୟ ଏବଂ ଦାୟିତ୍ବ କଥା ବି ‘ସମ୍ବାଦ’ ମନେ ପକାଇଦିଏ। ‘ସମ୍ବାଦ’ ସମାଲୋଚନା କଲେ ଅନେକ କ୍ଷେତ୍ରରେ ତ୍ରୁଟି ସୁଧାରିଛନ୍ତି ସରକାର। ହୁଏତ କିଛି କଡ଼ା ସତ କାହାକୁ ଭଲ ଲାଗି ନ ପାରେ, ହେଲେ ‘ସମ୍ବାଦ’ ନିଜ ଲକ୍ଷ୍ୟପଥରୁ ବିଚ୍ୟୁତ ନ ହେବା ଉଚିତ। ଆଜି ‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣର ୩୬ତମ ସ୍ବନକ୍ଷତ୍ର ଉତ୍ସବରେ ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମତ ରଖିଛନ୍ତି।
Hockey: ପ୍ରୋ-ଲିଗ୍ ହକି ଲାଗି ସାମ୍ଭାବ୍ୟ ଭାରତୀୟ ଦଳରେ ଓଡ଼ିଶାରୁ ୫
ସ୍ଥାନୀୟ ଗଞ୍ଜାମ କଳା ପରିଷଦରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ମେୟର୍ ସଂଘମିତ୍ରା ଦଳାଇ, ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସତେଜ ଓ ଠିକ ଖବର ଲୋକଙ୍କ ପାଖରେ ପହଞ୍ଚାଇ ‘ସମ୍ବାଦ’ ସମସ୍ତଙ୍କ ପ୍ରିୟପାତ୍ର ହୋଇଛି ବୋଲି ମେୟର୍ କହିଥିଲେ। ଏପରିକି ଭୁଲକୁ ଭୁଲ କହିବା ଦ୍ବାରା ଅନେକ କାର୍ଯ୍ୟ ଠିକ୍ ହୋଇପାରିଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ।
ସମାଲୋଚନା କଲେ ସୁଧାରିଛୁ: ଖଣି ମନ୍ତ୍ରୀ
ଭୁଲକୁ ଭୁଲ କହିପାରେ ‘ସମ୍ବାଦ’: ମେୟର
ଶ୍ରୀ ପଟ୍ଟନାୟକ ବ୍ରହ୍ମପୁରରୁ ଆଞ୍ଚଳିକ ସଂସ୍କରଣ ଆରମ୍ଭ କରିବା ସମୟର ଅନୁଭୂତି ବଖାଣିଥିଲେ। ଗାଁରୁ ସହର ପ୍ରତିଟି ଖବର ସାମନାକୁ ଆଣି ସମସ୍ୟାର ସମାଧାନ କରିବା ଯାଏଁ ‘ସମ୍ବାଦ’ ଲଢ଼େଇ ଜାରି ରଖିଥାଏ ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ପାଠକମାନଙ୍କ ଉପସ୍ଥିତି ହିଁ ଆମ ପାଇଁ ଉପହାର ବୋଲି ମତବ୍ୟକ୍ତ କରିଥିଲେ। ଡିଜିଟାଲ୍ ଯୁଗରେ ବି ଖବରକାଗଜର ଆବଶ୍ୟକତା ରହିଛି। ଏ ସମ୍ପର୍କରେ ସମ୍ପାଦକ ଶ୍ରୀମତୀ ପଟ୍ଟନାୟକ ଦୃଷ୍ଟି ଆକର୍ଷଣ କରିବା ସହିତ ‘ସମ୍ବାଦ’ ପ୍ରତି ପରିସ୍ଥିତିରେ ଲୋକଙ୍କ ପକ୍ଷଭୁକ୍ତ ହେବ ବୋଲି କହିଥିଲେ।
Problem: ପାଣି ଘେରରେ ଦୁର୍ବିଷହ ଦୟନୀୟ ଜୀବନ
ଏହି ଅବସରରେ ‘ଭଏସ୍ ଅଫ୍ ସଦର୍ଣ୍ଣ ଓଡ଼ିଶା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁଚରଣ ପତି, ବରିଷ୍ଠ କଂଗ୍ରେସ ନେତା ଦୀପକ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଦକ୍ଷିଣଓଡ଼ିଶାର ସମସ୍ୟା, ସମ୍ଭାବନା ଓ ରାଜନୈତିକ ଚିତ୍ର ସମ୍ପର୍କରେ ମତ ରଖିଥିଲେ। ଅବିନାଶ ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ। ପରେ ଉପସ୍ଥାପିକା ସ୍ବସ୍ତିକା ପଣ୍ଡାଙ୍କ ସଂଯୋଜନାରେ କନକ ନ୍ୟୁଜ୍ ପକ୍ଷରୁ ‘ହେଲ୍ଥ କନ୍କ୍ଲେଭ୍’ ଅନୁଷ୍ଠିତ ହୋଇଥିଲା। ଏଥିରେ ଡାକ୍ତର ପ୍ରିୟଜିତ ଜେନା, ଡାକ୍ତର ଟିଭି ରାମକୁମାର, ଡାକ୍ତର ବିଭୂ କଲ୍ୟାଣ ସାହୁ, ଡାକ୍ତର ସଂଜିତ ମିଶ୍ର ଓ ଡାକ୍ତର ସରୋଜ କୁମାର ଦାସ ଉପସ୍ଥିତ ରହି ‘ପରିବର୍ତ୍ତିତ ଜୀବନଶୈଳୀ ଓ ରୋଗ’ ଶୀର୍ଷକରେ ଆଲୋଚନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/30/fshfhhfsxvb-2026-01-30-03-09-03.jpg)