ପ୍ଲାଜମା ଦାନ କରିବେ ‘ଏନଡିଆରଏଫ’ର ୩୭ ଜଣ ଯବାନ

ଭୁବନେଶ୍ୱର: ବାତ୍ୟା ଅମ୍ଫାନ ସମୟରେ ଉଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗ ଯାଇ ସେଠାରୁ ଫେରିଥିବା ଏନଡିଏଆରଏଫର ୩୭ ଜଣ ଯବାନ ପ୍ଲାଜମା ଦାନ କରିବେ । ଏମାନେ ସମସ୍ତେ କଟକ ମୁଣ୍ଡଳୀସ୍ଥିତ ୩ୟ ବାଟାଲିଅନର ଯବାନ । ଗୁରୁତର କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ପ୍ଲାଜମା ବ୍ୟବହାର ହେବ । ଟୁଇଟ ମାଧ୍ୟମରେ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି ।

 

ସେହିପରି ମହାମାରୀ କରୋନା ଭାଇରସରୁ ସୁସ୍ଥ ହୋଇଥିବା ଅଗ୍ନିଶମ ବିଭାଗର କର୍ମଚାରୀମାନେ ପ୍ଲାଜମା ଦାନ କରିବେ । ଭୁବନେଶ୍ୱରସ୍ଥିତ ଓଡ୍ରାଫ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦ ଜଣ ଅଗ୍ନିଶମ କର୍ମଚାରୀ ଏହି କାମରେ ସାମିଲ ହେବେ । କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲ କଲେଜରେ ସେମାନଙ୍କରଠାରୁ ପ୍ଲାଜମା ସଂଗ୍ରହ ହେବ । ସଂଗୃହୀତ ପ୍ଲାଜମା ଗୁରୁତର କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ବ୍ୟବହାର କରାଯିବ ।

ସମ୍ବନ୍ଧିତ ଖବର