ରାଜଧାନୀରେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୩୭ଜଣ କରୋନା ଆକ୍ରାନ୍ତ, ୪୯୪ରେ ପହଞ୍ଚିଲା ମୋଟ ସୁସ୍ଥ ସଂଖ୍ୟା

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ଖୋର୍ଦ୍ଧା, ଗଞ୍ଜାମ, ଯାଜପୁର,କଟକ ଏବଂ ରାଉରକେଲାକୁ ଲକଡାଉନ କରାଯାଇଛି | ଆଜି ଲକଡାଉନର ପ୍ରଥମ ଦିନରେ ଭୁବନେଶ୍ୱରରୁ ୮୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ନୂତନ ସୁସ୍ଥ ସଂଖ୍ୟାକୁ ମିଶାଇ ଏବେ ଭୁବନେଶ୍ୱରରେ ମୋଟ ୪୯୪ଜଣ ସୁସ୍ଥ ହୋଇଛନ୍ତି |

ସୁସ୍ଥ ହୋଇଥିବା ୩୭ଜଣଙ୍କ ମଧ୍ୟରେ, ବରମୁଣ୍ଡାର ଟେଲକୋ କଲୋନୀରୁ ଜଣେ, ଲକ୍ଷ୍ମୀସାଗରର କାଳୀ ମନ୍ଦିର ନିକଟରୁ ଜଣେ, ୟୁନିଟ-୧ର ବଏଜ ହାଇସ୍କୁଲ ନିକଟରୁ ଜଣେ, ଡୁମୁଡୁମାର ଫେଜ-୧ରୁ ୨ଜଣ, ଗ୍ୟାରେଜ ଛକରୁ ଜଣେ, ପୋଖରୀପୁଟର କେଶରୀ ଭିଲାରୁ ଜଣେ, ୟୁନିଟ-୬ରୁ ଜଣେ, ନୟାପଲ୍ଲୀରୁ ଜଣେ, ୟୁନିଟ-୪ର ରାମପୁର ବସ୍ତିରୁ ଜଣେ, ପାତ୍ରପଡା ଏମ୍ସ ନଗରରୁ ଜଣେ, ନାକା ଗେଟ ଅଞ୍ଚଳରୁ ଜଣେ, ୟୁନିଟ-୯ରୁ ଜଣେ, ନୂଆଗାଁର ବିଜୟ ବିହାରରୁ ୨ଜଣ, ୟୁନିଟ-୨ରୁ ଜଣେ, ଖଣ୍ଡଗିରିରୁ ଜଣେ, ଭରତପୁରର ଜିଏ କଲୋନୀରୁ ଜଣେ, ଲକ୍ଷ୍ମୀସାଗରର ତଳ ସାହିରୁ ଜଣେ, ବ୍ରହ୍ମେଶ୍ମର ମନ୍ଦିର ନିକଟରୁ ଜଣେ, ଆଚାର୍ଯ୍ୟ ବିହାରରୁ ୪ଜଣ ସରକାରୀ ଅଫିସର ୪ଜଣ କର୍ମଚାରୀ, ଓଲଡ଼ ଟାଉନର ତିନିମୁଣ୍ଡିଆ ଛକ ନିକଟରୁ ଜଣେ, ବରମୁଣ୍ଡାର ହାଇସ୍କୁଲ ନିକଟରୁ ଜଣେ, କଳିଙ୍ଗ ନଗରର ସମ ହସ୍ପିଟାଲ ନିକଟରୁ ଜଣେ, ୟୁନିଟ-୫ର କେଶରୀନଗର ବସ୍ତିରୁ ଜଣେ, ଲକ୍ଷ୍ମୀସାଗରର ମଣ୍ଡପ ସାହିରୁ ଜଣେ, କୋଳଥିଆରୁ ଜଣେ, ରସୁଲଗଡ଼ ଶବର ସାହିରୁ ୩ଜଣ, ବମିଖାଲରୁ ଜଣେ, ଝାରପଡାର ଜଗନ୍ନାଥ ବିହାରରୁ ଜଣେ ଏବଂ ଡୁମୁଡୁମାରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |

ସମ୍ବନ୍ଧିତ ଖବର