ରାଜ୍ୟରେ ଦିନକରେ ୩୭୪୮ ଆକ୍ରାନ୍ତ ଚିହ୍ନଟ, ୧୧ ମୃତ

୮ ଜିଲ୍ଲାରେ ୫ ହଜାରରୁ ଅଧିକ ରୋଗୀ, ସୁସ୍ଥ ହେଲେ ଆଉ ୩୧୧୦

ଭୁବନେଶ୍ୱର : ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣ ଜାରି ରହିଛି। ଲଗାତାର ଭାବେ ପ୍ରତ୍ୟେକ ଦିନ ୩ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଗତ ୨୪ଘଣ୍ଟାରେ ରାଜ୍ୟରେ ୩୭୪୮ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୩୫ହଜାର ୧୩୦ରେ ପହଞ୍ଚିଛି। ଦେଶର ଦୈନିକ ସର୍ବାଧିକ ସଂକ୍ରମିତ ରାଜ୍ୟ ତାଲିକାରେ ଓଡ଼ିଶା ୬ ନମ୍ବର ସ୍ଥାନରେ ରହିଛି।

ରାଜ୍ୟରେ କରୋନା ମୃତ୍ୟୁ ମଧ୍ୟ ଜାରି ରହିଛି। ଆଜି ୧୧ଜଣ କରୋନାରେ ପ୍ରାଣ ହରାଇଥିବା ସରକାରୀ ଭାବେ ସୂଚନା ଦିଆଯାଇଛି। ଏଥିରେ ସର୍ବାଧିକ ୪ଜଣ ମୃତକ ଗଞ୍ଜାମରୁ ରହିଛନ୍ତି। ଏହାସହ ଖୋର୍ଧାରୁ ୩, ବଲାଙ୍ଗୀର, କେନ୍ଦୁଝର, ପୁରୀ, କନ୍ଧମାଳରୁ ଜଣେ ଲେଖାଏଁ ମୃତକ ରହିଛନ୍ତି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୮୦ରେ ପହଞ୍ଚିଛି। ଗଞ୍ଜାମରେ ସର୍ବାଧିକ ୨୧୩ ଜଣ ପ୍ରାଣ ହରାଇଛନ୍ତି। ଏହାବାଦ୍ ଖୋର୍ଧାରେ ୮୦, କଟକ ୩୯, ସୁନ୍ଦରଗଡ଼ ୩୮, ରାୟଗଡ଼ା ୩୧, ପୁରୀ ୨୦, ଗଜପତି ୧୮, ସମ୍ବଲପୁର ୧୫, ବାଲେଶ୍ବର ଓ ନୟାଗଡ଼ରେ ୧୪ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟର ୨୭ ଜିଲ୍ଲାରେ ଏ ପର୍ଯ୍ୟନ୍ତ କରୋନା ମୃତ୍ୟୁ ହୋଇଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୪୧,୫୯୫ କୋଭିଡ୍‌ ନମୁନା ପରୀକ୍ଷା କରାଯାଇଛି। ଖୋର୍ଧାରେ ପୂର୍ବଭଳି ସର୍ବାଧିକ ୬୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ କଟକ ୩୯୨, ପୁରୀ ୩୮୭, ବଲାଙ୍ଗୀର ୧୬୩, ସୁନ୍ଦରଗଡ଼ ୧୫୭, ଯାଜପୁର ୧୪୦, ସୋନପୁର ୧୨୪, ନବରଙ୍ଗପୁର ୧୨୧, କେନ୍ଦ୍ରାପଡ଼ା ୧୧୬, ବାଲେଶ୍ବର ୧୦୩ ଓ ଷ୍ଟେଟ୍‌ ପୁଲ ୧୭୬ଜଣ ରହିଛନ୍ତି। କୋରାପୁଟ ୯୭, ଜଗତସିଂହପୁର ୯୪, ବରଗଡ଼ ୯୨, କନ୍ଧମାଳ ୮୫, ରାୟଗଡ଼ା ୮୨, ସମ୍ବଲପୁର ୭୯, ଝାରସୁଗୁଡ଼ା ୭୦, ଗଞ୍ଜାମ ୭୧, ନୟାଗଡ଼ ୬୯, ଢେଙ୍କାନାଳ ୬୫, କେନ୍ଦୁଝର ୬୩, ବୌଦ୍ଧ ୫୮, ଅନୁଗୁଳ ୫୭, ଭଦ୍ରକ ୪୬, କଳାହାଣ୍ଡି ୩୮, ଗଜପତି ୩୩, ଦେବଗଡ଼ ୨୪ ଓ ମୟୂରଭଞ୍ଜରୁ ୩ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୨୨୧୦ ସଙ୍ଗରୋଧରୁ ଓ ୧୫୩୮ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୨୩,୩୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଗଞ୍ଜାମ ୧୮,୮୮୩, କଟକ ୧୧,୫୧୯, ରାୟଗଡ଼ା ୫୭୫୦, ପୁରୀ ୫୨୨୭, ଯାଜପୁର ୫୨୦୬, ସୁନ୍ଦରଗଡ଼ ୫୧୬୪, ମୟୂରଭଞ୍ଜ ୫୦୯୩ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ଅନ୍ୟ ଜିଲ୍ଲାଗୁଡ଼ିକରେ ଏହା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ରାଜ୍ୟର ମାତ୍ର ୨ଟି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲା ଗୁଡ଼ିକରେ ସଂକ୍ରମଣ ହଜାରେ ସଂଖ୍ୟା ଉପରେ ରହିଛି।

ଅନ୍ୟପକ୍ଷରେ ରାଜ୍ୟରେ ଆଜି ଆଉ ୩୧୧୦ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଲାଗାତାର ଦ୍ବିତୀୟ ଦିନ ଲାଗି ଖୋର୍ଧା ଜିଲ୍ଲାରେ ଆଜି ୧୦୨୩ ରୋଗୀ ସୁସ୍ଥ ହୋଇଛନ୍ତି। ଦୁଇ ଦିନରେ ୨୦୬୮ ରୋଗୀ କେବଳ ଖୋର୍ଧାରୁ ସୁସ୍ଥ ହୋଇଛନ୍ତି। ଏହାବାଦ୍ ପୁରୀ ୨୧୫, କଟକ ୨୦୨, ମୟୂରଭଞ୍ଜ ୧୫୪, କେନ୍ଦ୍ରାପଡ଼ା ୧୩୧, ଢେଙ୍କାନାଳ ୧୨୩, ବାଲେଶ୍ବର ୧୦୩, ସମ୍ବଲପୁର ୧୦୨, ଯାଜପୁର ୧୦୦, ଗଞ୍ଜାମ ୯୮, ଝାରସୁଗୁଡ଼ା ଓ କୋରାପୁଟରୁ ୯୫ ଲେଖାଏଁ, ବରଗଡ଼ ୯୨, କଳାହାଣ୍ଡି ଓ କନ୍ଧମାଳରୁ ୬୦ ଲେଖାଏଁ, ସୁନ୍ଦରଗଡ଼ ୫୮, ରାୟଗଡ଼ା ୫୦, ଭଦ୍ରକ ୪୩, ଜଗତସିଂହପୁର ୪୨, ବଲାଙ୍ଗୀର ୪୧, ନବରଙ୍ଗପୁର ୩୪, ମାଲକାନଗିରି ୩୨, ନୟାଗଡ଼ ୨୯, ଗଜପତି ଓ ସୋନପୁର ୨୦ଜଣ ଲେଖାଏଁ, ନୂଆପଡ଼ା ୧୬, ବୌଦ୍ଧ ୭, ଅନୁଗୁଳ ୩ ଓ ଦେବଗଡ଼ରୁ ୨ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୫ହଜାର ୨୯୫ରେ ପହଞ୍ଚିଯାଇଛି।

ସମ୍ବନ୍ଧିତ ଖବର