ରାଜ୍ୟରେ ନିଯୁକ୍ତ ହେଲେ ୩୭୭ ପିଜି ଡାକ୍ତର

ଭୁବନେଶ୍ବର : ୨୦୧୯/୨୨ ବ୍ୟାଚ୍‌ର ୩୭୭ ପିଜି ଡାକ୍ତରଙ୍କୁ ରାଜ୍ୟ ବିଭିନ୍ନ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତି ଦିଆଯାଇଛି। ବିଭାଗର ବଣ୍ଡ ଓ ଅନ୍ୟ ସର୍ତାବଳୀ ଅନୁସାରେ ସେମାନେ ନିୟୋଜିତ ହୋଇଛନ୍ତି। ଇଏନ୍‌ଟି, ଭେଷଜ, ରେଡିଓଥେରାପି, ନିଶ୍ଚେତକ, ପାଥୋଲୋଜି, ସର୍ଜରି, ରେଡିଓଲୋଜି, ଓ ଏଣ୍ଡ ଜି, ଛାତିରୋଗ, ଶିଶୁରୋଗ, ଚର୍ମରୋଗ, ଫାର୍ମାକୋଲୋଜି, କମ୍ୟୁନିଟି ମେଡିସିନ୍, ଅସ୍ଥିଶଲ୍ୟ, ନେଫ୍ରୋଲୋଜି, ମାଇକ୍ରୋବାଇଓଲୋଜି, ପାଥୋଲୋଜି, ବାଇଓକେମିଷ୍ଟ୍ରି ଭଳି ବିଭାଗରେ ନିଯୁକ୍ତ ହୋଇଛନ୍ତି। ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶନାମା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର