ଡ୍ରଙ୍କ ଆଣ୍ଡ ଡ୍ରାଇଭ ଅଭିଯାନ ଜାରି: ଗିରଫ ହେଲେ ୩୭୮ ଡ୍ରାଇଭର, ୧୭୯ ଲାଇସେନ୍ସ ରଦ୍ଦ

ଭୁବନେଶ୍ବର: ସାରା ରାଜ୍ୟରେ ମଦୁଆଙ୍କୁ ଧରପଗଡ଼ ଚାଲିଛି। ଡ୍ରଙ୍କ ଆଣ୍ଡ ଡ୍ରାଇଭ ଅଭିଯାନ ଜାରି ରଖିଛି ପୁଲିସ୍ ଓ ପରିବହନ ବିଭାଗ। ଉତ୍ତର, ଦକ୍ଷିଣ ଓ କେନ୍ଦ୍ରୀୟ ଜୋନ୍‌ ଦ୍ବାରା ମଦୁଆ ଡ୍ରାଇଭରଙ୍କୁ ଧରାଯାଉଛି। ଏଥି ପାଇଁ ରାତ୍ରିକାଳୀନ ପାଟ୍ରୋଲିଂକୁ ଜୋରଦାର କରିଦିଆଯାଇଛି। ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ନିୟମକୁ ଅଧିକ କଡ଼ାକଡ଼ି କରିଦିଆଯାଇଛି।

ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ କୁହାଯାଇଛି ଯେ, ଡ୍ରଙ୍କ ଆଣ୍ଡ ଡ୍ରାଇଭ୍‌ ଅଭିଯାନ ବଳରେ ୪୬୬ ଜଣ ମଦୁଆ ଡ୍ରାଇଭରଙ୍କୁ ଅଟକ ରଖାଯାଇଛି। ଏଥିରୁ ୧୯୮ ଜଣ ଚାଳକ ପରିବହନ ବିଭାଗ ହାତରେ ଧରାପଡ଼ିଥିବା ବେଳେ ପୁଲିସ ଦ୍ବାରା ୨୬୮ ଜଣ ଧରାପଡ଼ିଛନ୍ତି। ସଡ଼କ ଦୁର୍ଘଟଣା ହ୍ରାସ କରିବା ଉଦ୍ଦେଶ୍ୟରେ ସରକାରଙ୍କ ନିର୍ଦ୍ଦେଶରେ ଏହି ଅଭିଯାନ ଜାରି ରହିଛି। କେବଳ ମେ’ ୬ତାରିଖରେ ୩୭୮ ଜଣ ଡ୍ରାଇଭର ଗିରଫ ହୋଇଛନ୍ତି। ୧୭୯ ଜଣ ଚାଳକଙ୍କର ଲାଇସେନ୍ସ ରଦ୍ଦ ହୋଇଛି। ନିମ୍ନରେ ଦିଆଯାଇଥିବା ତାଲିକାରୁ ଜାଣି ହେବ ଯେ, କେଉଁ ଜିଲ୍ଲାରୁ କେତେ ଜଣ ମଦୁଆ ଡ୍ରାଇଭର ଗିରଫ ହୋଇଛନ୍ତି।

ସମ୍ବନ୍ଧିତ ଖବର