ଚିକିଟି: କରୋନା ଭାଇରସ ସଂକ୍ରମଣ ପାଇଁ ଦେଶରେ ଗତ ମାର୍ଚ୍ଚ ୨୨ ତାରିଖ ପରଠାରୁ ଲକଡାଉନ ଲାଗୁ ହେବା ପରେ ଓଡ଼ିଶାର ଲକ୍ଷାଧିକ ଯୁବକଯୁବତୀ ବାହାର ରାଜ୍ୟରେ ଫସିଯାଇଛନ୍ତି । ରାଜ୍ୟ ସରକାର ସେମାନଙ୍କୁ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏଥି ପାଇଁ ଏକ ପୋର୍ଟାଲ ଏପ୍ରିଲ ୨୪ରେ ଶୁଭାରମ୍ଭ କରିଛନ୍ତି । ଏଥିରେ ପ୍ରବାସୀ ଓଡ଼ିଶା ଫେରିବାକୁ ଚାହୁଁଥିବା ଓଡ଼ିଆ ଭାଇ ଭଉଣୀମାନେ ନାମ ପଞ୍ଜୀକରଣ କରିପାରିବେ । ଲକଡାଉନ ପରେ ରାଜ୍ୟ ସରକାର ସେମାନଙ୍କୁ ଆଣିବା ପାଇଁ ବ୍ୟବସ୍ଥା କରିବେ । କିନ୍ତୁ ଏହା ପୂର୍ବରୁ ଓଡ଼ିଶାର ଶତାଧିକ ଯୁବକ ନିଜସ୍ୱ ବୁଦ୍ଧି ଓ ଉଦ୍ୟମରେ ବାହାର ରାଜ୍ୟରୁ ଫେରି ଆସିଛନ୍ତି । ଏପରି ଘରମୁହାଁ ହୋଇଥିବା ଯୁବକମାନେ ଜଳପଥକୁ ମଧ୍ୟ ମାଧ୍ୟମ କରିଛନ୍ତି । ଏହାର ଉଦାହରଣ ଆଜି ପୁଣି ଥରେ ଗଞ୍ଜାମ ଜିଲ୍ଲାର ଚିକିଟି ଅଞ୍ଚଳରେ ଦେଖିବାକୁ ମିଳିଛି ।
/sambad/media/post_attachments/wp-content/uploads/2020/04/bhm-2.jpg)
ସୂଚନା ଅନୁସାରେ ଚେନ୍ନାଇସ୍ଥିତ ବିଭିନ୍ନ କାରଖାନା ଓ ଘରୋଇ ଅନୁଷ୍ଠାନରେ କାର୍ଯ୍ୟରତ ୩୮ ଜଣ ଯୁବକ ଗତ ୨୦ ତାରିଖ ରାତି ଏକ ମାଛଧରା ଡଙ୍ଗାକୁ ୨ ଲକ୍ଷ ଟଙ୍କାରେ କିଣିଥିଲେ । ଏହି ଡଙ୍ଗାରେ ସେମାନେ ଚେନ୍ନାଇରୁ ଓଡ଼ିଶା ଅଭିମୁଖେ ବାହାରିଥିଲେ । ଟିମରେ ଥିବା ଯୁବକମାନେ ବଙ୍ଗୋପସାଗରରେ ଡଙ୍ଗା ମାଧ୍ୟମରେ ଯାତ୍ରା ଆରମ୍ଭ କରିଥିଲେ । ଡଙ୍ଗାରେ ଖାଦ୍ୟ ପ୍ରସ୍ତୁତି ପାଇଁ ଗ୍ୟାସ, ହଣ୍ଡା, ଡେକଚି, ବାଲଟି, ଖାଦ୍ୟ ସାମଗ୍ରୀ, ପାଣି ଡ୍ରମ ନେଇ ଆସିଥିଲେ । ଆଜି ସନ୍ଧ୍ୟା ୬ଟାରେ ଗଂଜାମ ଜିଲ୍ଲାର ଚିକିଟି ବ୍ଲକ ଅନ୍ତର୍ଗତ ସୁନାପୁର ପଞ୍ଚାୟତର ପାତି ସୁନାପୁର ସମୁଦ୍ର କୂଳରେ ପହଞ୍ଚି ଥିଲେ । ଏମାନଙ୍କ ମଧ୍ୟରୁ ୨୪ ଜଣ ଯୁବକ ପାତିସୁନାପୁର ଗାଁର ହୋଇଥିବା ବେଳେ ଏକସିଙ୍ଗି ଗ୍ରାମପଞ୍ଚାୟତର ୩ ଜଣ, ଗୋପାଳପୁର ଅଞ୍ଚଳର ୨ ଜଣ ଯୁବକ ଏବଂ ବାକି ସବୁ ଆନ୍ଧ୍ରପ୍ରଦେଶର ଯୁବକ ଥିଲେ ।
/sambad/media/post_attachments/wp-content/uploads/2020/04/6c69f726-d46a-405a-8c21-673afdfd92fc.jpg)
ଚେନ୍ନାଇ ଫେରନ୍ତା ଏହି ସମସ୍ତ ଯୁବକଙ୍କୁ ସୁନାପୁର ମେରାଇନ ପୁଲିସ ଥାନା ଅଧିକାରୀ ଗୌରାଙ୍ଗ ଚରଣ ସାହୁ, ଚିକିଟି ତହସିଲଦାର ହର ପ୍ରସାଦ ଭୋଇ, ବିଡିଓ ଫାଲଗୁନୀ ମାଝି, ସୁନାପୁର ପଞ୍ଚାୟତର ସରପଞ୍ଚ ମଞ୍ଜୁଳା ବେହେରା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଲୋକନାଥ ପତିଙ୍କ ଉପସ୍ଥିତିରେ ପାତିସୁନାପୁର ହାଇସ୍କୁଲରେ କରାଯାଇଥିବା ସଂଗରୋଧରେ ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
/sambad/media/post_attachments/wp-content/uploads/2020/04/bhm1.jpg)
ସୂଚନାଯୋଗ୍ୟ, ଗତ ୨୦ ତାରିଖରେ ମଧ୍ୟ ଗଂଜାମ ଜିଲ୍ଲାର ୯ ଜଣ ଦାଦନ ଶ୍ରମିକ ଜଳପଥରେ ଚେନ୍ନାଇରୁ ଘରକୁ ଆସିଥିଲେ । ଏମାନଙ୍କ ସାଥୀରେ ଆନ୍ଧ୍ରପ୍ରଦେଶର ୨୭ ଜଣ ଯୁବକ ମଧ୍ୟ ଥିଲେ । ଏମାନେ ଚେନ୍ନାଇରେ ଲକ୍ଷେ ୬୦ ହଜାର ଟଙ୍କାରେ ଏକ ଡଙ୍ଗା କିଣି ସେମାନଙ୍କର ଅଭିଯାନ ଆରମ୍ଭ କରିଥିଲେ । ଏମାନଙ୍କ ଯାତ୍ରା ରହସ୍ୟମୟ ଥିଲା । କାରଣ ଜଳପଥରେ ଯାତ୍ରା ସମୟରେ ଏମାନେ ନିଶ୍ଚିତ ଭାବେ ଖାଇବା-ପିଇବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/5604d12a-2b53-4795-8216-713c62e5a647.jpg)