ଆଜି ଏମ୍ସରେ ପରୀକ୍ଷା ହୋଇଥିବା ସମସ୍ତ ୩୮ଟି ନମୁନା ନେଗେଟିଭ

ଭୁବନେଶ୍ୱର: ଆଜି ଏମ୍ସରେ ପରୀକ୍ଷା ହୋଇଥିବା ସମସ୍ତ ନମୁନା ନେଗେଟଭ ରିପୋର୍ଟ ଆସିଛି । ସୂଚନା ଅନୁସାରେ ଆଜି ଏମ୍ସରେ ୩୮ଟି ନମୁନା ପରୀକ୍ଷା କରାଯାଇଥିଲା । ଏଗୁଡ଼ିକ ସବୁ ନେଗେଟିଭ ରିପୋର୍ଟ ଆସିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ଏପର୍ଯ୍ୟନ୍ତ ୧୪୩୩ଟି ନମୁନା ପରୀକ୍ଷା କରାଯାଇଛି । ଏଥିରୁ ୨୦ଟି ପଜିଟିଭ । ଏପର୍ଯ୍ୟନ୍ତ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏମାନେ ହେଲେ ପ୍ରଥମ ଓ ଦ୍ୱିତୀୟ କରୋନା ସଂକ୍ରମିତ ବ୍ୟକ୍ତି । ୪ର୍ଥ ବ୍ୟକ୍ତିଙ୍କ ସଂସ୍ପର୍ଶରେ ୪୨ ଜଣ ଓ ୫ମ ବ୍ୟକ୍ତିଙ୍କ ସଂସ୍ପର୍ଶରେ ୩୮ ଜଣ ଆସିଛନ୍ତି । ପଂଚମ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୭ ଜଣଙ୍କ ନମୁନା ପଜିଟିଭ ଆସିଛି । ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଏବେ ୯୧ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି । ତୃତୀୟ ଆକ୍ରାନ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ, ୫ମ ବ୍ୟକ୍ତିଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୧୬ ଜଣଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସମ୍ବନ୍ଧିତ ଖବର