ଆଜି ୪ ଶହ ତଳେ ରାଜ୍ୟ‌ରେ କରୋନା ସଂକ୍ରମଣ: ୫୮ ଜଣ ୧୮ ବର୍ଷରୁ କମ୍ ବୟସର

ଭୁବନେଶ୍ବର: ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ପୁଣି କମିଛି। ତେବେ ଏହା ଆଜି ୪ ଶହ ତଳେ ରହିଛି। ଗତକାଲି ୪୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୨୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୬୧ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୫୮ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ୨୬ଟି ଜିଲ୍ଲାରୁ ୩୮୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୫ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର ଜିଲ୍ଲାରୁ ୭ ଜଣ, ବରଗଡ଼ରୁ ୧୫, ଭଦ୍ରକରୁ ୨ ଜଣ, ବଲାଙ୍ଗୀରରୁ ୨୦ ଜଣ, ବୌଦ୍ଧରୁ ୮, କଟକରୁ ୧୦ ଜଣ, ଦେବଗଡ଼ରୁ ୩ ଜଣ, ଗଜପତିରୁ ୬ ଜଣ, ଗଞ୍ଜାମରୁ ୨, ଜଗତସିଂହପୁରରୁ ୧, ଯାଜପୁରରୁ ୬ ଜଣ, ଝାରସୁଗୁଡ଼ାରୁ ୩ ଜଣ, କଳାହାଣ୍ଡି ଜିଲ୍ଲାରୁ ୧୭ ଜଣ, କନ୍ଧମାଳରୁ ୩ ଜଣ, କେନ୍ଦ୍ରାପଡ଼ାରୁ ୪, କେନ୍ଦୁଝରରୁ , ଖୋର୍ଦ୍ଧା ଜିଲ୍ଲାରୁ ୮୫, କୋରାପୁଟ ଜିଲ୍ଲାରୁ ୩ ଜଣ, ମୟୂରଭଞ୍ଜରୁ ୧୪ ଜଣ, ନବରଙ୍ଗପୁରରୁ ୧୩ ଜଣ, ନୟାଗଡ଼ ଜିଲ୍ଲାରୁ ୧୧ ଜଣ, ନୂଆପଡ଼ାରୁ ୧୩, ପୁରୀରୁ ୨ ଜଣ, ରାୟଗଡ଼ାରୁ ୩ ଜଣ, ସମ୍ବଲପୁରରୁ ୨୨ ଜଣ, ସୋନପୁରରୁ ୩ ଜଣ, ସୁନ୍ଦରଗଡ଼ରୁ ୮୩ ଜଣ ଓ ଷ୍ଟେଟପୁଲରୁ ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଏପର୍ଯ୍ୟନ୍ତ ରାଜ୍ୟରେ ୧୩, ୨୪, ୪୫୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୩,୧୨, ୪୪୯ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୨୭୯୧ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ସମ୍ବନ୍ଧିତ ଖବର