ମାଲକାନଗିରି: ପଞ୍ଚମ ଦିନରେ ବି ମାଲକାନଗିରି ଗ୍ରାମ୍ୟ ନିର୍ମାଣ ଡିଭିଜନ୍-୧ ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ସମ୍ପତ୍ତିକୁ ନେଇ ଭିଜିଲାନ୍ସ ପକ୍ଷରୁ ଖୋଳତାଡ଼ ଜାରି ରହିଛି। ମଙ୍ଗଳବାର ଗୁଣୁପୁର ଆକ୍ସିସ ବ୍ୟାଙ୍କ ଲକରରୁ ୩୮୫ ଗ୍ରାମ ସୁନା ବାହାରିଛି। ଏଯାଏ ପ୍ରାୟ ୧ କେଜି ୬୦୦ ଗ୍ରାମ ସୁନା ଜବତ କରି ସାରିଛି ଭିଜିଲାନ୍ସ। ଏହାଛଡ଼ା ଏଯାବତ୍ ୧୨ କୋଟିରୁ ଅଧିକ ଟଙ୍କାର ବ୍ୟାଙ୍କ ଡିପୋଜିଟ ଓ ଫିକ୍ସଡ୍ ଡିପୋଜିଟ ଆଦି ଠାବ କରି ସାରିଛି ଭିଜିଲାନ୍ସ। ସୂଚନାଯୋଗ୍ୟ, ଗତ ୨୫ ତାରିଖରୁ ଭିଜିଲାନ୍ସ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତିର ଖୋଳତାଡ଼ ଜାରି ରଖିଛି ।
ଉଲ୍ଲେଖଯୋଗ୍ୟ, ମାଲକାନଗିରି ଗ୍ରାମ୍ୟ ନିର୍ମାଣ ଡିଭିଜନ୍-୧ ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କଠାରୁ କୋଟିଏରୁ ଅଧିକ ନଗଦ ଟଙ୍କା ଓ ଏକ କିଲୋରୁ ଅଧିକ ସୁନା ଜବତ ହେଲାଣି। ୫ ଦିନ ହେଲା ଭିଜିଲାନ୍ସ ଯାଞ୍ଚ ଜାରି ରଖିଛି ଓ ଆହୁରି ମିଳିବ ବୋଲି କୁହାଯାଉଛି।
/sambad/media/post_attachments/wp-content/uploads/2022/03/e50c5a1d-fafe-4e23-898d-5b80389cbef0-1024x461.jpg)
ଶୁକ୍ରବାର ଦିନ ମାଲକାନଗିରି ଗ୍ରାମ୍ୟ ନିର୍ମାଣ ଡିଭିଜନ୍-୧ ଅଧୀକ୍ଷଣ ଯନ୍ତ୍ରୀ ଆଣିଷ କୁମାର ଦାସ ଲକ୍ଷାଧିକ ଟଙ୍କା ନଗଦ ନେଇ ବ୍ୟାଙ୍କରେ ଜମା କରିବାକୁ ଯାଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ସେବେଠୁ ଏହି ଚଢାଉ ଜାରି ରହିଛି। ଯେତିକି ପରିମାଣରେ ନଗଦ ମିଳିଲାଣି, ତାହା ଭିଜିଲାନ୍ସ ବିଭାଗ ତଥା ଓଡ଼ିଶା ଇତିହାସରେ ପ୍ରଥମ ବୋଲି କୁହାଯାଉଛି। ଆଜି ଚତୁର୍ଥ ଦିନରେ ଭିଜିଲାନ୍ସ ପକ୍ଷରୁ କଟକର ଶାନ୍ତିଭବନ, ବେଲଗାଚିଆ ଠାରେ ଚଢ଼ଉ କରାଯାଇଥିଲା। ସେଠାରୁ ନଗଦ ୧ କୋଟି ୧୮ ଲକ୍ଷ ଟଙ୍କା ସହ ୬୩୨ ଗ୍ରାମ ସୁନା ବିସ୍କୁଟ ଏବଂ ସୁନା କଏନ୍ ଜବତ କରାଯାଇଛି। ମୋଟ ୭କୋଟି ୮୧ଲକ୍ଷ ଟଙ୍କାର ସ୍ଥାବର ତଥା ଅବସ୍ଥାର ସଂପତ୍ତି ଭିଜିଲାନ୍ସ ଠାବ କରି ସାରିଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Malkanagiri-29_Thumb.jpg)