ରାଜ୍ୟରେ ଆଜି ୩୮୭ ଜଣ କରୋନା ପଜିଟିଭ ଚିହ୍ନଟ

୦-୧୮ ବର୍ଷ ମଧ୍ୟରେ ଅଛନ୍ତି ୭୫ ଜଣ

ଭୁବନେଶ୍ୱର: ଆଜି ରାଜ୍ୟରେ ୩୮୭ ଜଣ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ମଧ୍ୟରେ ୭୫ ଜଣ ଥିବାବେଳେ ସଙ୍ଗରୋଧରୁ ୨୨୩ ଜଣ ଓ ୧୬୪ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି |


ଆଜି କଟକରୁ ୩୩, ଖୋର୍ଦ୍ଧାରୁ ୧୯୫, ସମ୍ବଲପୁରରୁ ୧୮, ପୁରୀରୁ ୧୨, ଜଗତସିଂହପୁରରୁ ୧୦, ଷ୍ଟେଟ ପୁଲରୁ ୪୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ସେହିପରି ଆଜି ରାଜ୍ୟରେ ୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି | ଏମାନଙ୍କ ମଧ୍ୟରୁ ୩ ଜଣ ଖୋର୍ଦ୍ଧା ଜିଲ୍ଲାରୁ ହୋଇଥିବାବେଳେ ଜଣେ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡିଛି |

ସମ୍ବନ୍ଧିତ ଖବର